ETV Bharat / sitara

‘ଉରି’ର ଅଂଶ ହୋଇ ଗର୍ବିତ ୟାମୀ, ସେୟାର କଲେ ମନକଥା - ୟାମୀ ଗୌତମ

ନିକଟରେ ‘ଉରି’ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମହାରାଷ୍ଟ୍ରରେ କାରଗିଲ ବିଜୟ ଦିବସରେ ରଖାଯାଇଥିଲା । ଇତିମଧ୍ୟରେ ଫିଲ୍ମରେ ଅଭିନୟ କରିଥିବା ୟାମୀ ଫିଲ୍ମକୁ ନେଇ ଅନେକ କଥା ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମୀ ଗୌତମ
author img

By

Published : Aug 13, 2019, 8:05 PM IST

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ ବ୍ଲକବଷ୍ଟର ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଫିଲ୍ମରେ ଅଭିନୟ କରି ଖୁବ୍ ଗର୍ବିତ ଅନୁଭବ କରୁଛନ୍ତି । ଏହି ଫିଲ୍ମଟି 2016ରେ ଉରି ଆକ୍ରମଣ ଏବଂ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଆଧାରିତ ।

‘ଉରିର ଅଂଶ ହୋଇପାରିଥିବାରୁ ମୁଁ ଗର୍ବ ଅନୁଭବ କରୁଛି । ଏଭଳି କିଛି ଅଦ୍ଭୁତ ଫିଲ୍ମ ବକ୍ସ ଅଫିସରେ ହିଟ୍ କିମ୍ବା ବ୍ୟବସାୟିକ ସଫଳତାକୁ ନେଇ ନୁହେଁ, ବରଂ ଏହା ମାନ୍ୟତା ଏବଂ ସମ୍ମାନ ପାଇବାର ହକଦାର । ଏହା ଏକ ଶାନଦାର ଫିଲ୍ମ ଆଉ ମୁଁ ଏଥିରେ କାମ କରିଥିବାରୁ ବହୁତ ଖୁସି’ ବୋଲି କହିଛନ୍ତି ୟାମୀ ।

ପ୍ରକାଶ ଥାଉକି ଉରିରେ ୟାମୀ ଇଣ୍ଟେଲିଜେନ୍ସ ଅଫିସର ଭୂମିକାରେ ଅଭିନୟ କରିଥିଲେ । ନିକଟରେ ଦିଲ୍ଲୀରେ ଆୟୋଜିତ ହୋଇଥିବା 66ତମ ଜାତୀୟ ଫିଲ୍ମ ମହୋତ୍ସବରେ ଉରି ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅଭିନେତା ବିକ୍କୀ କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ ବିକ୍କୀ, ୟାମୀ , ପରେଶ ରାୱଲ ଓ ମୋହିତ ରୈନା ନଜର ଆସିଥିଲେ ।

ନିକଟରେ କାରଗିଲ ବିଜୟ ଦିବସ ଉପଲକ୍ଷେ ମହାରାଷ୍ଟ୍ର ସରକାର ‘ଉରି’ର ସ୍ପେଶାଲ ସ୍କ୍ରିନିଂ ରାଜ୍ୟର 500ଟି ସିନେମାଘରେ କରିଥିଲେ । ଆଉ ଯୁବପୀଢିଙ୍କ ପାଇଁ ଉରି ଟିକେଟ ମାଗଣା ମଧ୍ୟ କରିଦେଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.