ETV Bharat / sitara

ବିଶ୍ବ ସଙ୍ଗୀତ ଦିବସ: ଲକଡାଉନର ସୁଦୂପଯୋଗ କରିଛନ୍ତି ବଲିଉଡ ସିଙ୍ଗର

ଲକଡାଉନ୍ ସମୟରେ ଫ୍ୟାନ୍ସଙ୍କ ମାନସିକ ଚାପକୁ ଦୂର କରୁଛନ୍ତି ଅନେକ ସିଙ୍ଗର । ସୋସିଆଲ ମିଡିଆରେ ଲାଇଭ୍ ଆସି ଗୀତ ଗାଇ ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି ସିଙ୍ଗର । ପାପୋନ, ଧ୍ବନୀ ଭାନୁସାଲୀ, ଜଶବୀର ଯଶୀ ଭଳି ଅନେକ କଳାକାର ମ୍ୟୁଜିକ ଜରିଆରେ ଫ୍ୟାନ୍ସଙ୍କ ହାର୍ଟ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି । ଜୁନ 21ରେ ମ୍ୟୁଜିକ ଡେ ସେଲିବ୍ରେଟ କରିଛନ୍ତି ଏହି କଳାକାର ।

author img

By

Published : Jun 21, 2020, 5:48 PM IST

ବିଶ୍ବ ସଙ୍ଗୀତ ଦିବସ
ବିଶ୍ବ ସଙ୍ଗୀତ ଦିବସ

ହାଇଦ୍ରାବାଦ: ଲକଡାଉନ୍ ସମୟରେ ଫ୍ୟାନ୍ସଙ୍କ ମାନସିକ ଚାପକୁ ଦୂର କରୁଛନ୍ତି ଅନେକ ସିଙ୍ଗର । ସୋସିଆଲ ମିଡିଆରେ ଲାଇଭ୍ ଆସି ଗୀତ ଗାଇ ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି ସିଙ୍ଗର । ପାପୋନ, ଧ୍ବନୀ ଭାନୁସାଲୀ, ଜଶବୀର ଯଶୀ ଭଳି ଅନେକ କଳାକାର ମ୍ୟୁଜିକ ଜରିଆରେ ଫ୍ୟାନ୍ସଙ୍କ ହାର୍ଟ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି । ଜୁନ 21ରେ ମ୍ୟୁଜିକ ଡେ ସେଲିବ୍ରେଟ କରିଛନ୍ତି ଏହି କଳାକାର ।

ଏ ଅବସରରେ ଲକଡାଉନ୍ ଶିଖାଇଥିବା କିଛି ଉପଦେଶ ବିଷୟରେ ଆଲୋଚନା କରିଛନ୍ତି ଏହି ଷ୍ଟାର । ପାପୋନ କହିଛନ୍ତି, ‘ ପରିବେଶକୁ କେବେ ହାଲୁକାରେ ନେବା ଉଚିତ୍ ନୁହେଁ । ପ୍ରକୃତି ମା କୁ କେବେ ବି ଅସମ୍ମାନ କରିବା ଉଚିତ୍ ନୁହେଁ । ଆମେ ଏବେ ଟିକେ ଧିର ଗତିରେ ଯିବା ଓ ପୁନର୍ବାର ଜୀବନ ଆରମ୍ଭ କରିବା ’ ।

ସିଙ୍ଗର ଜଶବୀର ଯଶୀ କହିଛନ୍ତି, ‘ଏହା ଅର୍ଥନୀତିକୁ ବିଚଳିତ କରିପାରେ କିନ୍ତୁ ସୃଜନଶୀଳତାକୁ ଏହା କ୍ଷତି ପହଞ୍ଚାଇପାରିନି । ଯେଉଁମାନେ କେବଳ ଟଙ୍କା ପାଇଁ କାମ କରନ୍ତି ସେମାନେ ହୁଏତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଲକଡାଉନ୍ ଆପଣଙ୍କ ସୃଜନଶୀଳତାକୁ ବଢାଇବାକୁ ଏକ ସୁଯୋଗ ଦେଇଛି ’।

ଧ୍ବନୀ ଭାନୁଶାଲୀ କହିଛନ୍ତି, ‘ ଆମେ ପ୍ରତିଦିନ ବ୍ୟସ୍ତ ବହୁଳ ଜୀବନରେ ଏତେ ଫସିରହିଥିଲେ ଯେ ନିଜ ପାଇଁ ସମୟ ନଥିଲା କିନ୍ତୁ ବର୍ତ୍ତମାନ ଆମେ ନିଜ ପାଇଁ ସମୟ ବାହାର କରିପାରିଛେ ’ ।

ଆକାସା କହିଛନ୍ତି କି ସେ ନିଜ ପରିବାର ସହ ଥିବାରୁ ବେଶ୍ ଖୁସି । ଏହିସବୁ ଛୋଟ ଛୋଟ ଜିନିଷ ଜୀବନରେ ବହୁତ ପ୍ରଭାବ ପକାଏ ବୋଲି ସେ କହିଛନ୍ତି ।

ଶିଳ୍ପା ରାଓ କହିଛନ୍ତି, ‘ମୁଁ ମୋ ପରିବାର ଓ ସଙ୍ଗୀତ ସହିତ ସର୍ବାଧିକ ସମୟ ଅତିବାହିତ କରିଆସୁଛି। ମୁଁ ସେମାନଙ୍କ ସହ ସଙ୍ଗୀତ ଲେଖିପାରୁଥିବାର ସୁଯୋଗ ପାଇଥିବାରୁ ମୁଁ କୃତଜ୍ଞତା ଅନୁଭବ କରୁଛି। ମୁଁ ରୋଷେଇ କରୁଛି। ମୋର ଭାଇ ଓ ମୁଁ ଘରକୁ ସମ୍ପୁର୍ଣ୍ଣ ରେସ୍ତୋରାଣ୍ଟ କରିଦେଇଛୁ । ବଗିଚା ଓ ବୃକ୍ଷ ରୋପଣରେ ମଧ୍ୟ ସମୟ ଅତିବାହିତ କରିଆସୁଛି ’।

ଜୁବିନ ନୌଟିଆଲ୍ କହିଛନ୍ତି, ‘ ଏକ ନୂତନ ଭାଷା ଶିଖିବା ଆରମ୍ଭ କରିଛି ଓ ଇଂରାଜୀ ସଙ୍ଗୀତ ଗାଇବା ଆରମ୍ଭ କରିଛି। ବିଲିୟନ ଜିନିଷ ଅଛି ଯାହା ମୁଁ କରିବାକୁ ଚାହୁଁଥିଲି କିନ୍ତୁ ମୋର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ ମୁଁ କରି ପାରିନଥିଲି କିନ୍ତୁ ପୁନର୍ବାର ମୁଁ ଏହା କରିବାକୁ ସୁଯୋଗ ପାଇଛି’ । ହିମାଚଳପ୍ରଦେଶରେ ନିଜ ପରିବାର ସହ ସମୟ ବିତାଉଛନ୍ତି ଜୁବିନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.