ETV Bharat / sitara

କୋରୋନା ଭୟ: ସେଲିବ୍ରିଟିଙ୍କୁ ଡବ୍ଲୁଏଚଓ ଡାଇରେକ୍ଟରଙ୍କ ଅପିଲ

author img

By

Published : Mar 16, 2020, 5:06 PM IST

ଦେଶରେ ବର୍ତ୍ତମାନ ବଡ ପ୍ରସଙ୍ଗ ସାଜିଥିବା କୋରୋନା ଭାଇରସ ପାଇଁ ସେଲିବ୍ରିଟିଙ୍କୁ ବିଶ୍ବ ସ୍ବାସ୍ଥ୍ୟ ସଗଠନ ଡାଇରେକ୍ଟରଙ୍କ ‘ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜ’। ଭିଡିଓ ସେୟାର କରିବାକୁ ଅନୁରୋଧ।

world health organisation
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ଭାଇରସ ପାଇଁ ଦେଶ ବିଦେଶରେ ଅନେକ ସହରକୁ ଲକଡାଉନ କରାଯାଇଛି। ସୋସିଆଲ ମିଡିଆରେ ଘରେ ରହିବାର ପରାର୍ମଶ ଦିଆଯାଉଛି । ଏହାବ୍ୟତୀତ ଏହି ଭାଇରସରୁ ବଞ୍ଚିବା ପାଇଁ ଅନେକ ଲୋକ ସୋସିଆଲ ମିଡିଆରେ ସଚେତନ ବାର୍ତ୍ତା ଦେବାରେ ଲାଗିଛନ୍ତି । ମାସ୍କ ପିନ୍ଧିବା ସହ ହାତକୁ ବାରମ୍ବାର ଧୋଇବା ପାଇଁ କୁହାଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଗଠନ ମଧ୍ୟ ସୋସିଆଲ ମିଡିଆରେ ସୁପରଷ୍ଟାର ସେଲିବ୍ରିଟିଙ୍କୁ ଏହି ମାମଲାରେ ସଚେତନ ବାର୍ତ୍ତା ଜନସାଧାରଣଙ୍କୁ ଦେବା ପାଇଁ ଅପିଲ କରିଛି।

ଡବ୍ଲୁଏଚଓର ଡାଇରେକ୍ଟର ଜେନରାଲ ଡାକ୍ତର ଟୋଡ୍ରୋସ ଏଧାନୋମ ଟ୍ବିଟ କରି ଅନେକ ସେଲିବ୍ରିଟିଙ୍କୁ ଟ୍ୟାଗ କରିଛନ୍ତି। ଆଉ ସେ ‘ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜ’ ନେବା ପାଇଁ ଅନୁରୋଧ କରିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ଗ୍ଲୋବାଲ ଷ୍ଟାର୍ସ ସେଫ ହ୍ୟାଣ୍ଡସ ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ଭିଡିଓ ସେୟାର କରନ୍ତୁ । ଏହାସହ ସେ ଅନ୍ୟ ତିନିଜଣ ଲୋକଙ୍କୁ ଏହି ଚ୍ୟାଲେଞ୍ଜ ନେବାକୁ ଅନୁରୋଧ କରନ୍ତୁ। ଆମ ସମସ୍ତେ ମିଶି ଏହି ଭାଇରସର ମୁକାବୁଲା କରିପାରିବା। ସର୍ବପ୍ରଥମେ ଟୋଡ୍ରୋସ ଫେମସ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ଟ୍ବିଟରେ ଟ୍ୟାଗ କରିଛନ୍ତି।

ପ୍ରକାଶ ଥାଉକି କୋରନା ଭାଇରସ ପାଇଁ ଭାରତର ଅନେକ ରାଜ୍ୟରେ ମଲ୍ସ, ସିନେମାଘର, ଜିମ ଓ ସ୍ବିମିଂ ପୁଲ୍ସ ସବୁ ବନ୍ଦ କରିଦିଆଯାଇଛି । ସେହିପରି କାର୍ତ୍ତିକ ଆର୍ୟନ ଓ କିୟାରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା 2’ର ସୁଟିଂ ସସ୍ପେଣ୍ଡ କରିଦିଆଯାଇଛି । ଅନ୍ୟପଟେ ଏମାସ 24ରେ ରିଲିଜ ହେବାକୁ ଯାଉଥିବା ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ମଧ୍ୟ ଘୁଞ୍ଚାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.