ETV Bharat / sitara

Women's Day 2022: ମହିଳାଙ୍କ ପାଇଁ ମନୋରଞ୍ଜନର ବିକାଶ ସମ୍ପର୍କରେ କହିଲେ ମାଧୁରୀ, ନୀନା ଗୁପ୍ତା - ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବଲିଉଡ ପ୍ରଖ୍ୟାତ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ମାଧୁରୀ ଦୀକ୍ଷିତ ମହିଳା କଳାକାରଙ୍କ ସମ୍ବନ୍ଧରେ ଭାରତୀୟ ବିଷୟବସ୍ତୁର ପରିବର୍ତ୍ତିତ ଦୃଶ୍ୟପଟ୍ଟ ସମ୍ବନ୍ଧରେ ସେମାନଙ୍କ ଭାବନା ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମହିଳାଙ୍କ ପାଇଁ ମନୋରଞ୍ଜନର ବିକାଶ ସମ୍ପର୍କରେ କହିଲେ ମାଧୁରୀ ଦୀକ୍ଷିତ, ନୀନା ଗୁପ୍ତା

author img

By

Published : Mar 8, 2022, 5:20 PM IST

ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ବଲିଉଡ ପ୍ରଖ୍ୟାତ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ମାଧୁରୀ ଦୀକ୍ଷିତ ମହିଳା କଳାକାରଙ୍କ ସମ୍ବନ୍ଧରେ ଭାରତୀୟ ବିଷୟବସ୍ତୁର ପରିବର୍ତ୍ତିତ ଦୃଶ୍ୟପଟ୍ଟ ଏବଂ ଏହି ପରିବର୍ତ୍ତନ କିପରି ମହିଳାଙ୍କ ପାଇଁ ସୁବିଧା ସୁଯୋଗ ଆଣିପାରିବ ସେ ସମ୍ବନ୍ଧରେ ସେମାନଙ୍କ ଭାବନା ସେୟାର କରିଛନ୍ତି ।

ଏହି ଅବସରରେ ମନ୍ତବ୍ୟ ଦେଇ ନୀନା ଗୁପ୍ତା କହିଛନ୍ତି ଯେ, “ମନୋରଞ୍ଜନ କ୍ଷେତ୍ରର ବିକାଶ ପରିବର୍ତ୍ତିତ ସମାଜ ସହିତ ଠିକ ତାଳମେଳରେ ହେଉଛି, ସମାଜ ଭାବରେ ଆମର ବିକାଶ ସହିତ ମନୋରଞ୍ଜନ ସ୍ଥାନ ବିକଶିତ ହୋଇଛି । ମହିଳାମାନେ ଏବେ ରୋଜଗାରକ୍ଷମ ହେଲେଣି, ବ୍ୟବସାୟ ଏବଂ ଦଳଗୁଡିକର ନେତୃତ୍ବ ନେଲେଣି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟ ଭୂମିକା ନିଭାଉଛନ୍ତି, ସେମାନେ କେବଳ ପୁରୁଷଙ୍କ ଉପରେ ନିର୍ଭର ନାହାଁନ୍ତି, ବରଂ ନିଜେ ନିଜ ଗୋଡରେ ଛିଡା ହୋଇଛନ୍ତି।''

ଷ୍ଟ୍ରିମିଂ ପ୍ଲାଟଫର୍ମ ନେଟଫ୍ଲିକ୍ସର ମହିଳା ଦିବସ କାର୍ଯ୍ୟକ୍ରମ 'Stree-ming' ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ପ୍ରତିଦିନ ଅନେକ କାହାଣୀ ଦେଖିବାକୁ ମିଳୁଛି, ଯାହା ଭଲ ଲାଗେ। ଏଥିରେ ଅବିଶ୍ୱାସନୀୟ ମହିଳାଙ୍କ ଜୀବନ ଦେଖିବାକୁ ମିଳେ। ଲାଗୁଛି, ଆମେମାନେ କେବଳ କାହାଣୀର ଅଂଶ ନୁହଁ, ବରଂ ଆମେ ନିଜେ କାହାଣୀ। " । ସେ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ଭାରତୀୟ ବିଷୟବସ୍ତୁରେ ବହୁତ ପରିବର୍ତ୍ତନ ଆସିଛି । ଏବେ ମହିଳାମାନଙ୍କୁ ଚଳଚ୍ଚିତ୍ର କିମ୍ବା ଅଡିଓ-ଭିଜୁଆଲରେ କେବଳ ସୁନ୍ଦର ଚେହେରା ଉପରେ ଆଧାରିତ ରଖାଯାଉନି । ଏହା ବଦଳରେ ଶକ୍ତିଶାଳୀ ପ୍ରଦର୍ଶନ କରିବାର କ୍ଷମତା ମଧ୍ୟ ଦେଖାଯାଉଛି ।

ମାଧୁରୀ ଦୀକ୍ଷିତ ନିଜ ମତ ପ୍ରକାଶ କରି କହିଛନ୍ତି, " ବିକାଶ ହୋଇଛି ଏବଂ ଜବରଦସ୍ତ ପ୍ରକ୍ରିୟାରେ ହୋଇଛି । ମହିଳାମାନେ ଏବେ ଆଉ କେବଳ ସୁନ୍ଦର ଚେହେରା କିମ୍ବା ପ୍ରତିଶୋଧ ନେଉଥିବା ଦେବଦୂତ ନୁହଁନ୍ତି। ଆଜି ମହିଳାଙ୍କୁ ବିଭିନ୍ନ ରୂପରେ ଦେଖିବାକୁ ମିଳୁଛି- ତାହା ଗଣିତଜ୍ଞ ହେଉ ଅବା ଖେଳାଳି କିମ୍ବା ଗୃହିଣୀ, ମହିଳା ପ୍ରତିଦିନ ଭିନ୍ନ ଭିନ୍ନ ଭୂମିକାରେ ନିଭାଉଛନ୍ତି ଏବଂ ଇଣ୍ଡଷ୍ଟ୍ରିରେ ଏହି ପରିବର୍ତ୍ତନକୁ ଦେଖିବା ଆକର୍ଷଣୀୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.