ମୁମ୍ବାଇ: ନାରୀ ଭଗବାନଙ୍କ ଏମିତି ରୂପ ଯିଏ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଏ । ସେଥିପାଇଁ ତ କୁହାଯାଏ ଈଶ୍ବରଙ୍କର ଅତୁଳନୀୟ ସୃଷ୍ଟି ହେଉଛି ନାରୀ । ଯଦି ମହିଳା ସ୍ଥିର କରିନି ତେବେ ସେ ଯାହା କରିବାକୁ ଚାହେଁ ତାହା କରି ଦେଖାଏ । ବିଶ୍ବରେ ଅନେକ ଏମିତି ମହିଳା ଅଛନ୍ତି ଯିଏ ନିଜ କାମ ଦ୍ବାରା ପୁରା ବିଶ୍ବରେ ପ୍ରଶଂସା ପାଇଛନ୍ତି। ସେପଟେ ଚଳଚ୍ଚିତ୍ର ମାଧ୍ୟମରେ ମଧ୍ୟ ନାରୀର ସାହାସୀ ଗୁଣ ମଧ୍ୟ ପର୍ଯ୍ୟବେଶିତ କରାଯାଇଛି । ତେବେ ମହିଳା ଦିବସ ଅବସରରେ ଆସନ୍ତୁ ଜାଣିବା ହିନ୍ଦୀ ସିନେମାରେ ନିର୍ମାଣ ହୋଇଥିବା କିଛି ମହିଳା ପ୍ରାଧାନ୍ୟ ଚଳଚ୍ଚିତ୍ର ଉପରେ...
- " class="align-text-top noRightClick twitterSection" data="">
ଚଳଚ୍ଚିତ୍ର ‘ପିଙ୍କ’ ନାଁର ପ୍ରକୃତ ଅର୍ଥ ସମସ୍ତଙ୍କୁ ବୁଝାଇ ଦେଇଥିଲା । ଯଦି ଜଣେ ମହିଳା ନାଁ କହୁଛି ତେବେ ତାର ଅର୍ଥ ନାଁ । ଏପରି କାହାଣୀ ନେଇ ପରଦାରେ ନଜର ଆସିଥିଲେ ତାପସୀ ପନ୍ନୁ, କ୍ରିତି କୁଲହାରି, ଏଣ୍ଡ୍ରେୟା ଓ ଅମିତାଭ ବଚ୍ଚନ । ଚଳଚ୍ଚିତ୍ରର କାହାଣୀ ଯଦି କୌଣସି ମହିଳାଙ୍କ ସହମତି ନାହିଁ, ତେବେ ଏଥିରେ କୌଣସି ବାଧ୍ୟବାଧକତା ରହିବା ଉଚିତ୍ ନୁହେଁ । ସେ କେଉଁ ପୋଷାକ ପିନ୍ଧନ୍ତି କିମ୍ବା କାହାର ଜୀବନ ଶୈଳୀ ଗ୍ରହଣ କରନ୍ତୁ ନା କାହିଁକି, ସେ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିବାକୁ ବାଧ୍ୟ ହୋଇପାରିବେ ନାହିଁ । ଏହି ଚଳଚ୍ଚିତ୍ରରେ ଅମିତାଭ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି ଯିଏ ଏକ ବଡ ପରିବାରର ଲୁଣ୍ଠିତ ପୁଅମାନଙ୍କ ବିରୋଧରେ ଆଇନଗତ ସମସ୍ୟାରେ ଫସି ରହିଥିବା ଝିଅମାନଙ୍କ ପାଇଁ ଲଢିଛନ୍ତି।
- " class="align-text-top noRightClick twitterSection" data="">
ସେହିପରି ନୀରଜା ଭନେଟ ଯିଏ ଜଣେ ଫ୍ଲାଇଟ ଆସିଷ୍ଟେଣ୍ଟ । ଯାହାଙ୍କ ବାସ୍ତବ କାହାଣୀକୁ ନେଇ ଆଧାରିତ ହୋଇଥିଲା ଚଳଚ୍ଚିତ୍ର ‘ନୀରଜା’ । ମୁଖ୍ୟ ଭୂମିକାରେ ଦମଦାର ଅଭିନୟ କରିଥିଲେ ସୋନମ କପୁର । ଚଳଚ୍ଚିତ୍ରର କାହାଣୀ ଥିଲା ଜଣେ ମହିଳାଙ୍କ, ଯିଏ ନିଜ ଜୀବନକୁ ଖାତିର ନକରି ଏକ ଅପହରଣ ହୋଇଥିବା ବିମାନରେ ଶହ ଶହ ଯାତ୍ରୀଙ୍କୁ ନିରାପଦରେ ଉଦ୍ଧାର କରିଥିଲେ। ଲୋକପ୍ରିୟ ନିର୍ଦ୍ଦେଶକ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ‘ଛପାକ’ ଜିଣେ ଏସିଡ ପୀଡିତାଙ୍କ କାହାଣୀକୁ ନେଇ ଆଧାରିତ । ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ସାହାସିକତା କାହାଣୀକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ର । ଲକ୍ଷ୍ମୀଙ୍କ ଭୂମିକାରେ ଅଭିନୟ କରିଥିଲେ ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନ । ଚଳଚ୍ଚିତ୍ରର କାହାଣୀ ସମସ୍ତଙ୍କୁ ଏହି ପ୍ରେରଣା ଯୋଗାଇଥିଲା ଯେ ସବୁ ପରିସ୍ଥିତିରେ କିପରି ସାହାସର ସହ ଲଢିବ ।
- " class="align-text-top noRightClick twitterSection" data="">
ବିଦ୍ୟା ବାଲାନ ହ୍ୟୁମାନ କମ୍ପ୍ୟୁଟର ନାମରେ ଚର୍ଚ୍ଚିତ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ କାହାଣୀ ପରଦାରେ ଦେଖାଇଥିଲେ । ଅନୁ ମେନନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ ଜଣେ ମହିଳାଙ୍କ ବୁଦ୍ଧିମତା କାହାଣୀକୁ ନେଇ ଆଧାରିତ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା କିପରି ଗୋଟିଏ ସେକେଣ୍ଡରେ ଗଣିତର ଜଟିଳ ସମସ୍ୟା ଦୂର କରିଦେଉଥିଲେ ଶକୁନ୍ତଳା ଦେବୀ ।
- " class="align-text-top noRightClick twitterSection" data="">
ଘରୋଇ ହିଂସା ବିରୋଧ ଉପରେ ଆଧାରିତ ହୋଇଥିଲା ‘ଥାପଡ’ । ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଦମଦାର ଅଭିନୟ ନାରୀ ମାନଙ୍କୁ ସାହାସ ଯୋଗାଇଛି । ବୈବାହିକ ଜୀବନରେ ହିଂସାର ଶିକାର ହେଲେ କଣ କରିବ ତାହାର ସୁନ୍ଦର କାହାଣୀ ସମସ୍ତଙ୍କୁ ଦେଇଥିଲେ ମେକର୍ସ । ଗୋଟିଏ ଚାପୁଡ ମଧ୍ୟ ଖାଇବାକୁ ନାରୀ ଜନ୍ମ ହୋଇନାହିଁ ବୋଲି ଜଣାଇଥିଲେ ତାପସୀ ।
- " class="align-text-top noRightClick twitterSection" data="">