ETV Bharat / sitara

91 ବର୍ଷରେ ପାଦ ଥାପିଲେ ସୁର ସାମ୍ରାଜ୍ଞୀ, ଛୁଟୁଛି ଶୁଭେଚ୍ଛାର ସୁଅ

91 ବର୍ଷରେ ପଦାର୍ପଣ କଲେ ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର । ଦୀର୍ଘ 7 ଦଶନ୍ଧି ଧରି ବଲିଉଡର ପ୍ରାୟ 7 ହଜାରରୁ ଉର୍ଦ୍ଧ୍ବ ଗୀତରେ କରିଛନ୍ତି କଣ୍ଠଦାନ । ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ ।

author img

By

Published : Sep 28, 2020, 5:56 PM IST

Updated : Sep 28, 2020, 6:02 PM IST

ଲତା ମଙ୍ଗେସକର@ 91; ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: 91 ବର୍ଷରେ ପଦାର୍ପଣ କଲେ ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର । ଦୀର୍ଘ 7 ଦଶନ୍ଧି ଧରି ବଲିଉଡର ପ୍ରାୟ 7 ହଜାରରୁ ଉର୍ଦ୍ଧ୍ବ ଗୀତରେ କଣ୍ଠଦାନ କରିଛନ୍ତି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକର । ତେବେ ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ଜଗତରୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

91 ଛୁଇଁଲେ ଭାରତର ସୁର ସାମ୍ରାଜ୍ଞୀ ଲତାମଙ୍ଗେସକର; ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଏନେଇ ମୋଦି ଟ୍ବିଟ କରି କହିଛନ୍ତି ସମ୍ମାନିତ ଲତା ଦିଦିଙ୍କ ସହ କଥା ହୋଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛି । ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି । ସାରା ଦେଶରେ ଲତା ଦିଦି ଏକ ଘରୋଇ ନାମ । ମୁଁ ନିଜକୁ ଭାଗ୍ୟବାନ ମନେ କରେ ଯେ ତାଙ୍କ ସ୍ନେହ ଏବଂ ଆଶୀର୍ବାଦ ସବୁବେଳେ ପାଇଛି । ସେହିପରି ବଲିଉଡ ଜଗତରୁ ନାମୀ ଦାମୀ କଳାକାର ଲତା ଦିଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କଙ୍ଗନା ରାଣାୱତ ଏବଂ ଶଙ୍କର ମହାଦେବନଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ସୋସିଆଲ ମିଡିଆରେ ଭେଟେରାନ ଗାୟିକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକାର, ତାଙ୍କର ଅନେକ ଚିତ୍ର ପୋଷ୍ଟ କରିଥିଲେ ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସେ ଟୁଇଟ୍ କରି କହିଛନ୍ତି, " ଦିଦିଙ୍କୁ ଜନ୍ମଦିନର ଶୁଭେଚ୍ଛା, ପ୍ରତ୍ୟେକ ହୃଦୟକୁ ସ୍ପର୍ଶ କରୁଥିବା ସ୍ବର, ମୋ ଜୀବନର ଗୋଟିଏ ଦିନ ମଧ୍ୟ ତୁମର ଗୀତ ଶୁଣିବା ବିନା ଯାଏ ନାହିଁ। ପ୍ରଭୁ ଗଣେଶ ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ଦେଇ ଆଶୀର୍ବାଦ କରନ୍ତୁ।"

  • Wishing legendary #LataMangeshkar ji a very Happy Birthday, some people do what they do with such single mindedness and absolute focus that they don’t only excel in their work but also become synonymous to what they do. Bowing down to one such glorious Karma Yogi 🙏 pic.twitter.com/lgf3CTDfmj

    — Kangana Ranaut (@KanganaTeam) September 28, 2020 " class="align-text-top noRightClick twitterSection" data=" ">

ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଟ୍ବିଟରରେ ଲତାଦିଦିଙ୍କ ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି " #LataMangeshkar ji ଙ୍କୁ ଜନ୍ମଦିନର ଶୁଭେଚ୍ଛା, କିଛି ଲୋକ ଏପରି ଏକକ ମାନସିକତା ଏବଂ ସଂପୂର୍ଣ୍ଣ ଧ୍ୟାନ ଦେଇ ଯାହା କରନ୍ତି ତାହା କରି ଦେଖାଇଥାନ୍ତି । ସେମାନେ କେବଳ ନିଜ କାର୍ଯ୍ୟରେ ଉନ୍ନତି କରନ୍ତି ତାହା ନୁହେଁ ବରଂ ସେମାନେ ଯାହା କରନ୍ତି ତାହା ସହିତ ସମକକ୍ଷ ମଧ୍ୟ ହୁଅନ୍ତି । ଏହିପରି ଏକ ଗୌରବମୟ କରିସ୍ମାଙ୍କୁ ପ୍ରଣାମ କରୁଛି ବୋଲି ସେ ଟ୍ବିଟ କରି ଲେଖିଛନ୍ତି । "

ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ମଧ୍ୟ ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗାୟକ ଶଙ୍କର ମହାଦେବନ ତାଙ୍କ ଜନ୍ମଦିନରେ ଲତା ମଙ୍ଗେସକରଙ୍କୁ “ମା ସରସ୍ୱତୀ” ବୋଲି ସମ୍ବୋଧନ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ମା ସରସ୍ବତୀ ! ଦୟାକରି ଆମକୁ ଆଶୀର୍ବାଦ କରନ୍ତୁ ଏବଂ ଆମକୁ ସଂଗୀତଜ୍ଞମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଯାହା ଦ୍ବାରା ଆମେ କଠିନ ପରିଶ୍ରମ କରିବା ଏବଂ ଉତ୍କର୍ଷତା ପାଇଁ ଚେଷ୍ଟା କରିବା !!

ଅଭିନେତା ରିତେଶ ଦେଶମୁଖ ତାଙ୍କ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଲାସରାଓ ଦେଶମୁଖଙ୍କ ସହ ପଦ୍ମ ଭୂଷଣ ପୁରସ୍କାର ବିଜେତାଙ୍କ ଛବି ପୋଷ୍ଟ କରି ଲତା ଦିଦିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଚିତ୍ର ସହିତ ଲେଖିଛନ୍ତି, "ସମ୍ମାନିତ ଲତା ମଙ୍ଗେଶକର ଜୀ, ଜନ୍ମଦିନର ଶୁଭେଚ୍ଛା! ଭଗବାନ ଆପଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ ଦିଅନ୍ତୁ। #HappyBirthdayLataMangeshkar"

  • आदरणीय @mangeshkarlata ji , आपल्याला वाढदिवसाच्या कोटी कोटी शुभेच्छा !
    आपल्याला उत्तम आरोग्य आणि उदंड आयुष्य लाभो हीच ईश्वर चरणी प्रार्थना. #HappyBirthdayLataMangeshkar pic.twitter.com/tSAJbaoKUW

    — Riteish Deshmukh (@Riteishd) September 28, 2020 " class="align-text-top noRightClick twitterSection" data=" ">

ବଲିଉଡ ସେଲିବ୍ରିଟିଙ୍କ ବ୍ୟତୀତ ପ୍ରଶଂସକମାନେ ମଧ୍ୟ ବିଶେଷ ଉତ୍ସବରେ ଭାରତ ରତ୍ନ ପୁରସ୍କାର ବିଜେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Last Updated : Sep 28, 2020, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.