ETV Bharat / sitara

ଯେବେ ନିଜ ବଦଳରେ ସୁଶାନ୍ତଙ୍କ ନାମ ନେଇଥିଲେ ଇର୍ଫାନ

author img

By

Published : Jun 20, 2020, 7:54 PM IST

ଇର୍ଫାନ ଆନନ୍ଦଙ୍କୁ ତାଙ୍କ ସ୍ଥାନରେ ସୁଶାନ୍ତଙ୍କୁ ନେବାକୁ କହିଥିଲେ । ସୁଶାନ୍ତ ଏହି ଭୂମିକାକୁ ସଠିକ୍ ଭାବେ ତୁଲାଇପାରିବେ ବୋଲି ଇର୍ଫାନ କହିଥିଲେ । ଅଧିକ ପଢନ୍ତୁ...

ଯେବେ ନିଜ ବଦଳରେ ସୁଶାନ୍ତଙ୍କ ନାମ ନେଇଥିଲେ ଇର୍ଫାନ
ଯେବେ ନିଜ ବଦଳରେ ସୁଶାନ୍ତଙ୍କ ନାମ ନେଇଥିଲେ ଇର୍ଫାନ

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ସପ୍ତାହେ ପୁରିବାକୁ ବସିଲାଣି । ହେଲେ ଏବେ ବି ସେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ପ୍ରତିଦିନ ତାଙ୍କ ସମ୍ପର୍କରେ ନୂଆ ନୂଆ ଖବର ବାହାରୁଛି । ନିକଟରେ ସେହିପରି ଏକ ଖବର ଭାଇରାଲ ହୋଇଛି ।

ତେବେ ଏଥିରେ ସୁଶାନ୍ତଙ୍କ ସହ ଅନ୍ୟ ଜଣେ ଦିବଙ୍ଗତ ଅଭିନେତା ଇର୍ଫାନ ଖାନଙ୍କ ନାମ ସାମିଲ ହୋଇଛି । ଭର୍ସାଟାଇଲ ଆକ୍ଟର ଇର୍ଫାନ ଖାନଙ୍କ ଦେହାନ୍ତ ପରେ ତାଙ୍କୁ ନେଇ ଚାଲିଥିବା ଅନେକ ପ୍ରୋଜେକ୍ଟ ଏବେ ଖାଲି ପଡିଛି । ତୁମ୍ବାଡର ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀ ଇର୍ଫାନଙ୍କୁ ନେଇ ଏକ ଫିଲ୍ମ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ସେ ଗତ 5 ବର୍ଷ ହେବ ପ୍ରସ୍ତୁତି କରୁଥିଲେ । ଏପରିକି ସ୍କ୍ରିପ୍ଟ କାମ ମଧ୍ୟ ଚାଲିଥିଲା । ଏଥିରେ କୋରୋନା ଭାଇରସ ସମ୍ବନ୍ଧୀୟ କିଛି ଦୃଶ୍ୟ ମଧ୍ୟ ସାମିଲ ହୋଇଥାନ୍ତା । ତେବେ ଇର୍ଫାନଙ୍କ ଦେହାନ୍ତ ପରେ ଆନନ୍ଦଙ୍କୁ ବଡ ଝଟକା ଲାଗିଛି ।

ଖବର ଅନୁସାରେ ଯେତେବେଳେ ନିଜ ଶେଷ ସମୟ ଆସିଥିଲା ସେତେବେଳେ ଇର୍ଫାନ ଆନନ୍ଦଙ୍କୁ ତାଙ୍କ ସ୍ଥାନରେ ସୁଶାନ୍ତଙ୍କୁ ନେବାକୁ କହିଥିଲେ । ସୁଶାନ୍ତ ଏହି ଭୂମିକାକୁ ସଠିକ୍ ଭାବେ ତୁଲାଇପାରିବେ ବୋଲି ଇର୍ଫାନ କହିଥିଲେ । କ୍ୟାରେକ୍ଟରରେ ତାଙ୍କୁ ରିପ୍ଲେସ କରିବା ଭଳି ଯୋଗ୍ୟତା କେବଳ କେଦାରନାଥ ଷ୍ଟାରଙ୍କର ଥିବା ସେ କହିଥିଲେ । ଆନନ୍ଦ ଓ ସୁଶାନ୍ତ ମଧ୍ୟ ପରସ୍ପରର ଉତ୍ତମ ବନ୍ଧୁ । ଇର୍ଫାନଙ୍କ ପ୍ରସ୍ତାବ ଅନୁସାରେ ସୁଶାନ୍ତଙ୍କୁ ଅଫର ଦେଇଥିଲେ ଗାନ୍ଧୀ ।

କିନ୍ତୁ ଏବେ ସୁଶାନ୍ତଙ୍କ ଦେହାନ୍ତ ପରେ ଆନନ୍ଦଙ୍କୁ ପୁଣି ଝଟକା ଲାଗିଛି । ଫିଲ୍ମର ଲିଡରେ କାହାକୁ ନେବେ ସେନେଇ ଚିନ୍ତାରେ ପଡିଛନ୍ତି । ନିଜର ପସନ୍ଦ ଅନୁସାରେ 2 ଅଭିନେତାଙ୍କୁ ବାଛିଥିବାବେଳେ ଉଭୟ ଏବେ ଆରପାରିରେ । ଫିଲ୍ମରେ ଅଷ୍ଟ୍ରେଲିଆନ ଆକ୍ଟର ହ୍ୟୁଗୋ ବିବିଙ୍ଗ ମଧ୍ୟ ଅଭିନୟ କରିଥାନ୍ତେ । ସେହିପରି ଲିଡରେ 4 ଜଣ ଅଭିନେତ୍ରୀ ଆକ୍ଟିଂ କରିବେ ବୋଲି ସ୍ଥିର ହୋଇଥିଲା । ତେବେ ବର୍ତ୍ତମାନ ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି ।

ଫିଲ୍ମ କାହାଣୀ ଉପରେ ଆନନ୍ଦ କହିଛନ୍ତି ଯେ କୋରୋନା ମହାମାରୀର ବିକଟ ରୂପକୁ ଦର୍ଶକଙ୍କୁ ଦେଖାଇବାର ଯୋଜନା ଥିଲା । ହେଲେ ବର୍ତ୍ତମାନ ଲୋକେ ନିଜେ ଏହାର ଭୟାବହତାକୁ ଅନୁଭବ କରିସାରିଲେଣି । ଫଳରେ ସ୍କ୍ରିପ୍ଟରେ ସାମାନ୍ୟ ପରିବରର୍ତ୍ତନ କରି କୋରୋନା ପରବର୍ତ୍ତୀ ଜୀବନ ଦେଖାଇବାକୁ ସ୍ଥିର କରାଯାଇଛି । ଏହାର ନାମ ପ୍ରାଥମିକ ପର୍ଯ୍ୟାୟରେ ଏମର୍ଜେନ୍ସି ରହିଛି ।

ଏହାକୁ ଇର୍ଫାନଙ୍କ ଉଦାରପଣିଆ କୁହାଯାଇପାରେ ଯେ ଶେଷ ସମୟରେ ବି ସେ ନିଜ ନିର୍ଦ୍ଦେଶକଙ୍କ କଥା ବୁଝିଥିଲେ । ସେହିପରି ତାଙ୍କ ଭଳି ଜଣେ ପ୍ରତିଭାବାନ ଅଭିନେତାଙ୍କୁ ଏଥିପାଇଁ ବାଛିଥିଲେ । ତେବେ ବଲିଉଡର ଏଭଳି ଦୁଇ ଜଣ ପ୍ରତିଭାବାନ ଅଭିନେତାଙ୍କ ମୃତ୍ୟୁ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ପୂର୍ବରୁ ଏପ୍ରିଲରେ ଇର୍ଫାନ ଖାନଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ରବିବାର ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.