ETV Bharat / sitara

ପ୍ରଶଂସକଙ୍କ ଭଲପାଇବାକୁ ସଫଳତାର ଶ୍ରେୟ ଦେଲେ କୋକିଳକଣ୍ଠୀ ଲତା - ବଲିଉଡ଼

୯୨ ବର୍ଷରେ ପାଦ ଥାପିଛନ୍ତି ଦିବଙ୍ଗତ ଗାୟିକା ଲତା ମଙ୍ଗେସକର । ତେବେ ସେ ନିଜ ସଫଳତାର ଶ୍ରେୟ ନିଜ ଫ୍ୟାନ୍ସଙ୍କ ଭଲପାଇବାକୁ ଦେଇଥିବା କହିଛନ୍ତି । ଅଧିକ ପଢନ୍ତୁ...

ପ୍ରଶଂସକଙ୍କ ଭଲପାଇବାକୁ ସଫଳତାର ଶ୍ରେୟ ଦେଲେ କୋକିଳକଣ୍ଠୀ ଲତା

author img

By

Published : Sep 30, 2021, 8:03 PM IST

ମୁମ୍ବାଇ: ଗତ କିଛି ଦିନ ତଳେ ୯୨ ବର୍ଷରେ ପାଦ ଥାପିଛନ୍ତି ଦିବଙ୍ଗତ ଗାୟିକା ଲତା ମଙ୍ଗେସକର । ଜଣେ ସିଙ୍ଗର ଭାବେ ସେ ଅନେକ ସଫଳତା ହାସଲ କରିଛନ୍ତି । ତେବେ ଏହି ସଫଳତାର ଶ୍ରେୟ ସେ ନିଜ ପ୍ରଶଂସକଙ୍କ ଭଲପାଇବାକୁ ଦେଇଥିବା ଏକ ସ୍ବତନ୍ତ୍ର ଅଡ଼ିଓ ମେସେଜ ଜରିଆରେ କହିଛନ୍ତି ।

ତାଙ୍କ ଜନ୍ମ ଦିବସରେ ଫ୍ୟାନ୍ସଙ୍କଠୁ ଅନେକ ଭଲ ପାଇବା ସାଉଁଣ୍ଟିବା ପରେ ମେଲୋଡ଼ି କ୍ବିନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନେଇ ଲତା କହିଛନ୍ତି ଯେ ତାଙ୍କ ବର୍ଥ ଡେ'ରେ ଫ୍ୟାନ୍ସମାନେ ସୋସିଆଲ ମିଡ଼ିଆ ଟ୍ବିଟର, ଫେସବୁକ ସହିତ ଫୋନରେ ମଧ୍ୟ ଯୋଗାଯୋଗ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଅଲଗା ଦେଶରୁ ମଧ୍ୟ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ଏଣୁ ଏହି ସବୁ ଭଲପାଇବା ପ୍ରତି ତାଙ୍କର ଶ୍ରଦ୍ଧା ଜଣାଇଛନ୍ତି ଲତା ।

ସଙ୍ଗୀତ ଜଗତରେ ଅନେକ ସଫଳତା ହାସଲ କରିଥିବା ହେତୁ ଲତାଙ୍କୁ ବଲିଉଡ଼ର ନାଇଟଆଙ୍ଗେଲ ମଧ୍ୟ କୁହାଯାଏ । ସେ ଆଜି ପର୍ଯ୍ୟନ୍ତ ପାଇଥିବା ସଫଳତାର ଶ୍ରେୟ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେପଟେ ଏହି ଅଡ଼ିଓ ମେସେଜ ମାଧ୍ୟମରେ ଲତାଙ୍କ ସ୍ବର ଶୁଣି ଅନେକ ସଙ୍ଗୀତ ପ୍ରେମୀ ଆତ୍ମସନ୍ତୋଷ ଲାଭ କରିଛନ୍ତି । ଲତାଙ୍କ ମ୍ୟାଜିକାଲ ଭଏସ ସମସ୍ତଙ୍କୁ ମତୁଆଲା କରିଛି ।

ତେବେ ସୂଚନାଥାଉ କି ଗତ ୧୯୪୨ ମସିହାରେ ଲତା ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ସଙ୍ଗୀତ ଅନେକଙ୍କୁ ମତୁଆଲା କରିଛି । ତାଙ୍କର କିଛି ଆଇକନିକ ସଙ୍ଗୀତ ମଧ୍ୟରେ ରହିଛି 'ଆୟେଗା ଆନେୱାଲା', 'ଆୟେ ମେରେ ବତନ କେ ଲୋଗୋଁ', 'ବାବୁଲ ପ୍ୟାରେ' ଅନ୍ୟତମ । ଏହି ସଙ୍ଗୀତ ଚିରଦିନ ପାଇଁ ଫ୍ରେସ ହୋଇ ରହିଛି । ଲତାଙ୍କୁ ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମ ବିଭୂଷଣ, ଦାଦାସାହେବ ଫାଲକେ ଭଳି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେ ଏଯାବତ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ବ ସଙ୍ଗୀତ ଗାଇଥିବା ବେଳେ ୨୦ଟି ଭାରତୀୟ ଭାଷାରେ ଶ୍ରୋତାଙ୍କୁ ହିଟ ସଙ୍ଗୀତ ଭେଟି ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.