ମୁମ୍ବାଇ: ପପୁଲାର ୱେବ ସିରିଜ ‘ବାରିଶ’ ସିଜନ 1ରେ ଶେଷ ଏପିସୋଡରେ ଗୌରଭୀ ଜେଲକୁ ଚାଲିଯାଇଥିଲେ । ଯାହା ଦର୍ଶକଙ୍କୁ ଚିନ୍ତିତ କରିଦେଇଥିଲା । ଆଉ ଦର୍ଶକଙ୍କ ମନରେ କେଉଁଠି ନା କେଉଁଠି ଏହି ପ୍ରଶ୍ନ ଉଙ୍କିମାରୁଥିଲା । ଏବେ ଲାଗୁଛି ଯେ ଖୁବଶୀଘ୍ର ଏହି ପ୍ରଶ୍ନର ଉତ୍ତର ପାଇବେ ଦର୍ଶକ। କାରଣ ଆସିବାକୁ ଯାଉଛି ‘ବାରିଶ’ର ସିଜନ 2 । ପୁଣିଥରେ ଜି5 ଓ ଅଲ୍ଟ ବାଲାଜି ‘ବାରିଶ’ର ଦ୍ବିତୀୟ ସିଜନ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ।
- " class="align-text-top noRightClick twitterSection" data="
">
ଆଶା ନେଗୀ, ସରମନ ଯୋଶୀ, ପ୍ରିୟା ବାନାର୍ଜୀ, ମନୀତ ଜୌରା, ସାହିଲ ଶ୍ରଫ ଦ୍ବିତୀୟ ସିଜନରେ ପୁଣିଥରେ ନଜର ଆସିବେ। ଏହି କଳାକାରଙ୍କ ବ୍ୟତୀତ ଆଉ କିଛି ନୂଆ କଳାକାର ମଧ୍ୟ ସିରିଜରେ ଦେଖାଯିବେ।
ରୋମାଣ୍ଟିକ ନାଟକର ପ୍ରଥମ ସିନଜରେ ସମ୍ପର୍କକୁ ସଜାଡି ରଖିବା ଜଟିଳତା ସହ ଗୌରଭୀ(ଆଶା) ଓ ଅନୁଜ(ସରମନ)ଙ୍କ ଅପୂର୍ବ ପ୍ରେମ କାହାଣୀ ଦେଖିବାକୁ ପାଇଥିଲେ ଦର୍ଶକ । ହେଲେ ଗୌରଭୀଙ୍କୁ ଜେଲ ହେବାରୁ ଅନୁଜ ତାଙ୍କଠୁ ଦୂରେଇ ଯାଇଥିଲେ । ଏହାପରେ ଦୁଇଜଣଙ୍କ ଜୀବନରେ କେଉଁ ମୋଡ ଆସିଛି ତାହା ଦ୍ବିତୀୟ ସିଜନରେ ଦେଖିବାକୁ ପାଇବେ ଦର୍ଶକ । ଏବେ ସାମ୍ନାକୁ ଆସିଯାଇଛି ‘ବାରିଶ’ର ମୋଶନ ପୋଷ୍ଟର । ଆଉ ଶନିବାର ସିରିଜର ଟିଜର ରିଲିଜ ହେବ ।