ETV Bharat / sitara

କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ FIR ଦାଏର କଲେ ଶର୍ଲିନ

author img

By

Published : Oct 16, 2021, 7:13 PM IST

ବଲିଉଡ଼ ଅଭିନେତ୍ରୀ ଓ ରାଜକୁନ୍ଦ୍ରାଙ୍କ ବିରୋଧରେ ଅଭିନେତ୍ରୀ ଶର୍ଲିନ ଚୋପ୍ରା FIR ଦାଏର କରିଛନ୍ତି । କୁନ୍ଦ୍ରାଙ୍କ ବିରୋଧରେ ସେ ଯୌନ ଶୋଷଣ ଅଭିଯୋଗ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ FIR ଦାଏର କଲେ ଶର୍ଲିନ
କୁନ୍ଦ୍ରା ଦମ୍ପତିଙ୍କ ବିରୋଧରେ FIR ଦାଏର କଲେ ଶର୍ଲିନ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପ୍ରତାରଣା ତଥା ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ଲିନ ଚୋପ୍ରା । ସୋସିଆଲ ମିଡିଆରେ FIR ଦାଏର କରିବା ସମ୍ପର୍କରେ ଶର୍ଲିନ୍ ସୂଚନା ଦେଇଛନ୍ତି । ରାଜକୁନ୍ଦ୍ରା ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହେବା ପରେ ଲଗାତାର ଭାବେ ଶର୍ଲିନ ତାଙ୍କୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି ।

  • आज मैं अपनी कानूनी टीम के साथ जुहू पुलिस स्टेशन पर गई थी राज कुंद्रा और शिल्पा शेट्टी के खिलाफ़ शिकायत दर्ज कराने।@TheShilpaShetty pic.twitter.com/46TkiXTs6t

    — Sherlyn Chopra 🇮🇳 (@SherlynChopra) October 14, 2021 " class="align-text-top noRightClick twitterSection" data=" ">

ଶର୍ଲିନ ନିଜ ଟ୍ବିଟର ଆକାଉଣ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ଜୁହୁ ପୋଲିସ ଷ୍ଟେସନରେ ରାଜକୁନ୍ଦ୍ରା ଓ ଶିଳ୍ପାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଶର୍ଲିନ ଅଭିଯୋଗ କରିଛନ୍ତି ଯେ ଶିଳ୍ପା ତାଙ୍କୁ କୁନ୍ଦ୍ରାଙ୍କ ସହ ଏକ ଚୁକ୍ତିନାମା କରିବାକୁ ପ୍ରଲୋଭିତ କରିଥିଲେ । କୁନ୍ଦ୍ରା ଶର୍ଲିନଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଧମକ ଦେଇଥିଲେ ଏବଂ ତାଙ୍କ ସହ ୩ଟି ଭିଡିଓ ସୁଟ୍ କରିଥିଲେ ଯାହା ପାଇଁ ତାଙ୍କୁ ଏପର୍ଯ୍ୟନ୍ତ ଦେୟ ପ୍ରଦାନ କରିନାହାନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶର୍ଲିନ ।

ତେବେ ସେ କୁନ୍ଦ୍ରାଙ୍କ ବିରୋଧରେ ଗତ ଏପ୍ରିଲ ୧୪ ତାରିଖରେ ଜୁହୁ ପୋଲିସ ଷ୍ଟେସନରେ ପୂର୍ବରୁ ମାମଲା ଦାଏର କରିଥିଲେ । ଏହାପରେ ଏପ୍ରିଲ ୧୯ ତାରିଖରେ କୁନ୍ଦ୍ରାଙ୍କ ତାଙ୍କ ବାସଭବନକୁ ଜୋରଜବରଦସ୍ତ ପ୍ରବେଶ କରି ତାଙ୍କୁ କେସ ପ୍ରତ୍ୟାହାର କରିବାକୁ ଧମକ ଦେଉଥିଲେ । ତେବେ ସୂଚନା ଥାଉ କି ଗତ ଜୁଲାଇ ୧୯ ତାରିଖରେ ରାଜକୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । କୁନ୍ଦ୍ରାଙ୍କ ସହିତ ଅନ୍ୟ ୧୧ ଜଣ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.