ETV Bharat / sitara

ରାହୁଲ ଗାନ୍ଧୀଙ୍କୁ ଦେଶଭକ୍ତ କହିଲେ ବିବେକ

ବିବେକ ଓବରାୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ବଡ ବୟାନ । ରାହୁଲ ଗାନ୍ଧୀ ଜଣେ ଦେଶଭକ୍ତ ତେଣୁ ତାଙ୍କୁ 'ପିଏମ ନରେନ୍ଦ୍ର ମୋଦି' ଫିଲ୍ମ ଦେଖିବା କଥା । ଆସନ୍ତା ଏପ୍ରିଲ 5ରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

author img

By

Published : Apr 3, 2019, 11:03 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିବେକ ଓବରାୟ

ମୁମ୍ବାଇ: ଆସନ୍ତା ଶୁକ୍ରବାର ପିଏମ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଜୀବନ ଉପରେ ତିଆରି ଫିଲ୍ମ 'ପିଏମ ନରେନ୍ଦ୍ରମୋଦି' ପରଦାରେରିଲିଜ ହେବାକୁ ଯାଉଛି । ଫିଲ୍ମଟି ଆରମ୍ଭରୁ ଅନେକ ସମସ୍ୟା ଦେଇ ଗତି କରିଆସୁଛି । ଅନେକ ଦଳ ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାର ଦାବି କରିଥିଲେ । ଯାହାକୁ ବମ୍ବେହାଇକୋର୍ଟ ଏବଂ ନିର୍ବାଚନ ଆୟୋଗ ଖାରଜ କରିସାରିଛି ।

ଇତିମଧ୍ୟରେ ଏକ ସାକ୍ଷାତକାରରେ ବିବେକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ବଡ କଥା କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ସେ କହିଛନ୍ତି କି ତାଙ୍କ ଫିଲ୍ମକୁ ରିଲିଜ ହେବାକୁ ଦେବା କଥା । ଫିଲ୍ମଟି ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପସନ୍ଦ ଆସିବ । ଫିଲ୍ମକୁ ନେଇ ବିବାଦ ପ୍ରଶ୍ନ ଉପରେ ବିବେକ କହିଥିଲେ କି 'ପିଏମ ନରେନ୍ଦ୍ର ମୋଦି' ପୂର୍ବରୁ ରିଲିଜ ହୋଇଥିବା ରାଜନୈତିକ ଫିଲ୍ମକୁ ଦର୍ଶକ ଖୁବ୍ ସପୋର୍ଟ ମଧ୍ୟ କରିଥିଲେ । କିନ୍ତୁ ଏବେ ତାଙ୍କ ଫିଲ୍ମ ରିଲିଜ ଉପରେ ରୋକଲଗାଇବାର କଥା ଚାଲିଛି ।

ବହୁଚର୍ଚ୍ଚିତ 'ଗାନ୍ଧୀ' ଫିଲ୍ମର ଲୋକେ ଖୁବ୍ ଆଲୋଚନା କରିଥିଲେ । କୁହାଯାଇଥିଲା ଯେ ଫିଲ୍ମରେ ତଥ୍ୟ ସବୁ ଭୁଲ ଉପସ୍ଥାପନା କରାଯାଇଥିଲା । ସେ ନିଜ ଫିଲ୍ମ ଭକ୍ତଙ୍କ ପାଇଁ ନୁହେଁ ଦେଶଭକ୍ତଙ୍କ ପାଇଁ ତିଆରି କରିଛନ୍ତି । ଲୋକ ତ ଖରାପକହିବେ । କିନ୍ତୁ ସେ ଫିଲ୍ମକୁ ପସନ୍ଦ କରିବେ ବୋଲି ଆଶା ତାଙ୍କର ଅଛି ବୋଲି କହିଛନ୍ତି ବିବେକ ।

'ପିଏମ ନରେନ୍ଦ୍ର ମୋଦି'ରେ ବିବେକ ମୋଦିଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଓମଙ୍ଗ କୁମାର । ସେହିପରି ଫିଲ୍ମର ପ୍ରଯୋଜନା କରିଛନ୍ତି ସୁରେଶ ଓବରାୟ, ଆନନ୍ଦ ପଣ୍ଡିତ ସନ୍ଦୀପ ସିଂହ ଏବଂ ଆଚାର୍ଯ୍ୟ ମନୀଷ । ଫିଲ୍ମରେ ଦର୍ଶକଙ୍କ ମୋଦିଙ୍କ ଜୀବନ କାହାଣୀ ଦେଖିବାକୁ ଯାଉଛନ୍ତି ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.