ମୁମ୍ବାଇ: ଶେଷ ହୋଇଛି ଛୋଟ ପରଦାର ପପୁଲାର ରିୟାଲିଟି ଶୋ’ ବିସବଗ୍ ସିଜନ୍ 13। ତେବେ ଶୋ’ରେ ସାମିଲ ହୋଇଥିବା କିଛି ପ୍ରତିଯୋଗୀ ବିଗ ବସ୍ର ଟ୍ରଫି ହାତେଇ ନଥିଲେ ମଧ୍ୟ ନିଜର ଝଗଡାକୁ ନେଇ ଖୁବ୍ ଚର୍ଚ୍ଚାର ରହିଛନ୍ତି ।
ଆଉ ସେମିତି ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ବିଶାଲ ଆଦିତ୍ୟ ସିଂ ଏବଂ ମଧୁରିମା ତୁଳୀ। ଶୋ’ରେ ଏହି ଦୁଇ ପ୍ରେମିଯୁଗଳଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ସମ୍ପର୍କର ଉଭୟ ପାର୍ଶ୍ବ । କେତେବେଳେ ପ୍ରେମ ତ ଆଉ କେତେବେଳେ ଝଗଡା । ଝଗଡା ପୁଣି ଏମିତି ଯାହା ମାରପିଟ୍ ଯାଏଁ ମଧ୍ୟ ଯାଇଥିଲା । ବିଶାଲଙ୍କୁ ପ୍ୟାନରେ ମାରି ଘରୁ ଆଉଟ୍ ମଧ୍ୟ ହୋଇଥିଲେ ମଧୁରିମା ।
ଏହାପରେ ମଧୁରିମା ବିଶାଲଙ୍କ ସହ କେବେ ସାକ୍ଷାତ ନ କରିବା କଥା ମଧ୍ୟ ମିଡିଆ ସାମ୍ନାରେ କହିଥିଲେ । କିନ୍ତୁ ନିକଟରେ ଏକ ସୂତ୍ର ଅନୁଯାୟୀ ମଧୁରିମା ଏବଂ ବିଶାଲ ପୁଣି ଏକ ଟିଭି ଶୋ’ରେ ଏକାଠି ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଖବର ଅନୁସାରେ ଏଦୁହେଁ ଏକ ଟିଭି ଶୋ’ ସଲାମ-ଏ-ଇସ୍କ କାର୍ଯ୍ୟକ୍ରମରେ ଏକାଛି ନଜର ଆସିବେ । ଏଥିରେ ଏମାନେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ ।