ETV Bharat / sitara

‘ମିଠୁ’ରୁ ଆଶ୍ବସ୍ତି ପାଇଲେ ସୁପର-30ର ନିର୍ଦ୍ଦେଶକ - queen

‘ମିଠୁ’ ଅଭିଯୋଗରୁ ଆଶ୍ବସ୍ତି ପାଇଛନ୍ତି ନିର୍ଦ୍ଦେଶକ ବିକାଶ ଭାଲ । ତାଙ୍କ ବିରୋଧରେ ‘ମିଠୁ‘ ଅଭିଯୋଗ ଆସିଥିଲା । ଫଳରେ ତାଙ୍କୁ ଫିଲ୍ମ ସୁପର-30ରୁ ବିଦା ହେବାକୁ ପଡିଥିଲା । ଆରୋପ ଖାରଜ ହେବାପରେ ତାଙ୍କୁ ମିଳିଛି ସୁପର-30ର ନିର୍ଦ୍ଦେଶକ ସମ୍ମାନ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ
author img

By

Published : Jun 1, 2019, 6:22 PM IST

ହାଇଦ୍ରାବାଦ: ନ୍ୟାସନାଲ ଆୱାର୍ଡ ପାଇଥିବା ‘କୁଇନ’ର ନିର୍ଦ୍ଦେଶକ ବିକାଶ ଭାଲଙ୍କ ଉପରେ ଲାଗିଥିଲା ଯୌନ ଶୋଷଣ ଅଭିଯୋଗ ଲାଗିଥିଲା । ତେବେ ଏହି ଆରୋପରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଛନ୍ତି ବିକାଶ । ଆରୋପ ଲଗେଇଥିଲେ ତାଙ୍କ ସହ କାମ କରୁଥିବା ମହିଳା । ଯେଉଁ ସମୟରେ ଏହି ଆରୋପ ଲାଗିଥିଲା ସେତେବେଳେ ବିକାଶ ହ୍ରିତିକ ରୋଶନଙ୍କ ଅଭିନିତ ଫିଲ୍ମ ସୁପର-30ର ସୁଟିଂରେ ବ୍ୟସ୍ତ ଥିଲେ ।

super-30
ଫଟୋ ସୌଜନ୍ୟ: ସୋସିଆଲମିଡିଆ

‘ମିଠୁ’ଅଭିଯୋଗ ପରେ ତାଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିଲା । ପ୍ରକାଶ ଥାଉକି, 2015ରେ ବିକାଶଙ୍କ ଉପରେ ଫେନଟୋମ ଫିଲ୍ମରେ କାମ କରୁଥିବା ମହିଳା ଅଭିଯୋଗ ଆଣିଥିଲେ ମାତ୍ର ସେତେବଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ତେବେ ବିକାଶଙ୍କ ଉପରେ ମିଠୁ ଅଭିଯୋଗ ଲାଗିବା ପରେ କଙ୍ଗନା ମଧ୍ୟ ମହିଳାଙ୍କ ସମର୍ଥନରେ ବାହାରିଥିଲେ । ‘କୁଇନ’ ଫିଲ୍ମରେ ବିକାଶ ପ୍ରତିଦିନ ନୂଆ ପାର୍ଟନରଙ୍କ ସହ ଯୌନସମ୍ପର୍କ ରଖିବା ପାଇଁ କହୁଥିଲେ ବୋଲି କହିଥିଲେ କଙ୍ଗନା । ଏହାପରେ ବିକାଶଙ୍କୁ ଫିଲ୍ମ ସୁପର-30ରୁ ସମ୍ପୁର୍ଣ୍ଣ ବାହାର କରିଦିଆଯାଇଥିଲା ।

vikash bahl
ଫଟୋ ସୌଜନ୍ୟ: ସୋସିଆଲମିଡିଆ

ବିକାଶଙ୍କ ପରେ ଫିଲ୍ମର ପ୍ରଯୋଜନା ଭାର ଅନୁରାଗ କସ୍ୟପ ବହନ କରଥିଲେ । ତେବେ ରିପୋର୍ଟ ମୁତାବକ, ବିକାଶଙ୍କୁ ବର୍ତ୍ତମାନ କ୍ଲିନ ଚିଟ ମିଳିସାରିଛି । ରିଲିଆନ୍ସ ଏଣ୍ଟରଟେନମେଣ୍ଟ ବିକାଶଙ୍କ ଉପରେ ଲାଗିଥିବା ଆରୋପର ଯାଞ୍ଚ କରିବା ପରେ କ୍ଲିନ ଚିଟ ଦେଇଛି । ଏହାସହ ସୁପର-30ଫିଲ୍ମର ନିର୍ଦ୍ଦେଶକ କ୍ରେଡିଟ ମଧ୍ୟ ଦିଆଯିବ ।

ତେବେ ଖବର ମୁତାବକ, ଫିଲ୍ମକୁ ଜାନୁଆରୀ 26ରେ ରିଲିଜ କରାଯାଇଥାନ୍ତା ମାତ୍ର ମିଠୁ ଅଭିଯୋଗ କାରଣରୁ ଏହାର ରିଲିଜ ତାରିଖକୁ ପରିବର୍ତ୍ତନ କରଯାଇଥିଲା । ତେବେ ସୂଚନାମୁତାବର ଫିଲ୍ମ 12 ଜୁଲାଇରେ ରିଲିଜ ହୋଇପାରେ ମାତ୍ର ଏନେଇ କୌଣସି ଘୋଷଣା କରାଯାଇନାହିଁ ।

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.