ହାଇଦ୍ରାବାଦ: ତେଲୁଗୁ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ତାଙ୍କ ପ୍ରଶଂସକଙ୍କୁ ଘର ତିଆରି ମାସ୍କ ବ୍ୟବହାର କରିବାକୁ କହିଛନ୍ତି । ଏହା ସହ ଘରେ ସୁରକ୍ଷିତ ରହିବା ପାଇଁ ନିବେଦନ କରିଛନ୍ତି । ଦେବରାକୋଣ୍ଡା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଘର ତିଆରି ମାସ୍କ ପିନ୍ଧିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, "ମୋର ପ୍ରିୟଜନ, ଆଶା କରେ ଆପଣ ସମସ୍ତେ ସୁରକ୍ଷିତ ଥିବେ।
କରୋନା ଭାଇରସକୁ ରୋକିବାକୁ ହେଲେ ମୁହଁରେ କପଡାର ବ୍ୟବହାର କରିବାକୁ ପଡିବ । ଏଥିପାଇଁ ରୁମାଲ, ସ୍କାର୍ଫ ଏବଂ ଚୁନରିର ମଧ୍ୟ ବ୍ୟବହାର କରିପାରିବେ । ତେବେ ଏହାକୁ ପ୍ରତିଦିନ ସଫା କରିବାକୁ ମଧ୍ୟ କହିଛନ୍ତି ବିଜୟ । #Stayhome #maskindia
ଏହାସହ ସେ ଲୋକମାନଙ୍କୁ ନିବେଦନ କରିଥିଲେ ଯେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଡାକ୍ତରୀ ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଯେତେବେଳେ ସୋସିଆଲ ମିଡିଆରେ ମାସ୍କ ଅଭାବର ଅଭିଯୋଗ କରିଥିଲେ ସେତେବେଳେ ବିଜୟଙ୍କ ପ୍ରତିକ୍ରିୟା ଆସିଥିଲା । ବିଜୟ ଦେବରାକୋଣ୍ଡା ଆଗାମୀ ଫିଲ୍ମ ଅନନ୍ୟା ପାଣ୍ଡେଙ୍କ ସହ କରିବେ । ଏହି ଫିଲ୍ମର ନିର୍ଦ୍ଦେଶକ କରିବେ ପୁରୀ ଜଗନ୍ନାଥ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ