ETV Bharat / sitara

ଆରମ୍ଭରୁ ଆକ୍ସନ ହିରୋ ହେବାକୁ ଇଚ୍ଛା ଥିଲା: ବିଦ୍ୟୁତ ଜାମୱାଲ - ମତେ ଆକ୍ସନ ହିରୋ ହେବାକୁ ଇଚ୍ଛା ଥିଲା

'ଫୋର୍ସ' ଅଭିନେତା ବିଦ୍ୟୁତ ଜାମୱାଲ ବଲିଉଡରେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟର ବିଷୟରେ କହିଥିଲେ ଯେ, ମତେ ଆରମ୍ଭରୁ ଆକ୍ସନ ହିରୋ ହେବାକୁ ଇଚ୍ଛା ଥିଲା । ବିଦ୍ୟୁତ ବର୍ତ୍ତମାନରେ ରହିବାକୁ ବିଶ୍ୱାସ କରନ୍ତି । ଅଧିକ ପଢନ୍ତୁ...

Vidyut jammwal says I had an intention of being an action hero
ମତେ ଆକ୍ସନ ହିରୋ ହେବାକୁ ଇଚ୍ଛା ଥିଲା ବିଦ୍ୟୁତ ଜାମୱାଲ
author img

By

Published : May 5, 2020, 6:52 PM IST

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ 2011ରେ ଆକ୍ସନ ଫିଲ୍ମ 'ଫୋର୍ସ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ବିଦ୍ୟୁତ କହିଛନ୍ତି ଯେ ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଯାହା ହାସଲ କରିଛନ୍ତି ସେଥିରେ ସେ ଖୁସି ଅଛନ୍ତି ।

ବିଦ୍ୟୁତ ଆହୁରି କହିଛନ୍ତି ଯେ, ଆରମ୍ଭରୁ ମତେ ଆକ୍ସନ ହିରୋ ହେବାର ଇଚ୍ଛା ଥିଲା । ବିଦ୍ୟୁତଙ୍କୁ ଆକ୍ସନ ଫିଲ୍ମ 'ଫୋର୍ସ' ପରେ ତାଙ୍କୁ 'କମାଣ୍ଡୋ' ଏବଂ 'ଜଙ୍ଗଲି' ପରି ଆକ୍ସନ ଫିଲ୍ମରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା ​​।

ଯେତବେଳେ ବିଦ୍ୟୁତଙ୍କୁ ହିନ୍ଦୀ ସିନେମା ଜଗତରେ ଏପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ପ୍ରଶ୍ନ କରାଯାଇଥିଲା । ସେତେବେଳେ ଏହି ପ୍ରଶ୍ନ ଉପରେ ବିଦ୍ୟୁତ ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ମୁଁ ବର୍ତ୍ତମାନରେ ରହିବାକୁ ବିଶ୍ବାସ ରଖେ । ମୁଁ ପଛକୁ କିମ୍ବା ଭବିଷ୍ୟତ ଆଡକୁ ଦେଖେ ନାହିଁ । ମୁଁ ଏପର୍ଯ୍ୟନ୍ତ କ୍ୟାରିୟରରେ ଯାହା ହାସଲ କରିଛନ୍ତି ସେଥିରେ ମୁଁ ଖୁସି ଅଟେ । ଯେତେବେଳେ ମୋର ପରିବାର, ବନ୍ଧୁ ଏବଂ ପିଲାଦିନର ବନ୍ଧୁମାନେ ମୋର ଷ୍ଟାରଡମକୁ ଉପଭୋଗ କରନ୍ତି ମୁଁ ସେତେବେଳେ ଗର୍ବିତ ଅନୁଭବ କରେ ।

ବିଦ୍ୟୁତ ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ 'ଖୁଦା ହାଫିଜ' ପାଇଁ କାମ କରୁଛନ୍ତି । ବିଦ୍ୟୁତ ଅନୁଭବ କରନ୍ତି ଯେ, ସେ ଏହି ନଅ ବର୍ଷ ମଧ୍ୟରେ ତାଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି ।

ବିଦ୍ୟୁତ କହିଛନ୍ତି ଯେ, ମୁଁ ଭାବୁଛି ମୁଁ ନିଜ ପାଇଁ ବହୁତ ଭଲ କାମ କରିଛି । ମୋର ଉଦ୍ଦେଶ୍ୟ ଥିଲା ଆକ୍ସନ ହିରୋ ଏବଂ ଭିଲେନ ହେବା ପାଇଁ ତେଣୁ ହିନ୍ଦୀ ସିନେମା ଜଗତରେ ଏହା ମୋ ପାଇଁ ଏକ ମହାନ ଯାତ୍ରା ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.