ମୁମ୍ବାଇ: କୋରୋନା ଯୋଗୁଁ ଅନେକ ଚଳଚ୍ଚିତ୍ରର ସୁଟିଂ ବନ୍ଦ ହୋଇଯାଇଥିଲା, କିନ୍ତୁ ବର୍ତ୍ତମାନ ସମସ୍ତେ ଧୀରେ ଧୀରେ କାମକୁ ଫେରୁଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅଭିନେତ୍ରୀ ବିଦ୍ୟା ବାଲାନ୍ ମଧ୍ୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ସେରନୀ' ର ସୁଟିଂ ଆରମ୍ଭ କରିଛନ୍ତି ।
ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ମାସୁକର ।
'ସେରନୀ'ର ସୁଟିଂ ସେଟରୁ କିଛି ଫଟୋ ସାମ୍ମନାକୁ ଆସିଛି । ଯେଉଁଥିରେ ବିଦ୍ୟା ଏକ ମାସ୍କ ପିନ୍ଧି ପୂଜା କରୁଥିବାର ନଜର ଆସିଛନ୍ତି । ଏଥିସହିତ ବିଦ୍ୟାଙ୍କ ଚାରିପାଖରେ ଫିଲ୍ମର କ୍ରୁ ମେମ୍ବରମାନେ ଠିଆ ହୋଇଥିବାର ଦେଖିବାକୁ ମିଳିଛି ।
ମାର୍ଚ୍ଚରେ ଲକଡାଉନ୍ ହେତୁ 'ସେରନୀ'ର ସୁଟିଂକୁ ସ୍ଥଗିତ ରଖାଯାଇଥିଲା । ଏହି ଫିଲ୍ମରେ ବିଦ୍ୟା ଜଣେ ବନ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉ ଯେ, ବିଦ୍ୟାଙ୍କୁ ଶେଷ ଥର ପାଇଁ 'ଶକୁନ୍ତଳା ଦେବୀ'ରେ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ