ETV Bharat / sitara

'ହ୍ୟୁମାନ କମ୍ପ୍ୟୁଟର' ଶକୁନ୍ତଳା ଦେବୀଙ୍କ ଭୂମିକାରେ ବିଦ୍ୟା - biopic

ହ୍ୟୁମାନ କମ୍ପୁଟର ଶକୁନ୍ତଳା ଦେବୀଙ୍କ ବାୟୋପିକ ତିଆରି ହେବ । ଏଥିରେ ଶକୁନ୍ତଳାଙ୍କ ଭୂମିକାରେ ନଜର ଆସିବେ ବିଦ୍ୟା ବାଲନ । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ବିଟ କରି ଫିଲ୍ମକୁ 2020ରେ ରିଲିଜ କରାଯିବ ବୋଲି କହିଥିଲେ

ଫଟୋ ସୌଜନ୍ୟ: ଏ ଏନ ଆଇ
author img

By

Published : May 9, 2019, 3:49 AM IST

ହାଇଦ୍ରାବାଦ: କିଛି ଦିନର ବିରତି ପରେ ବିଦ୍ୟା ବାଲନ ଶକୁନ୍ତଳା ଦେବୀଙ୍କ ରୂପରେ ପରଦାକୁ ଫେରୁଛନ୍ତି । ତେବେ ଏହା ବିଷୟରେ ନିଜେ ବିଦ୍ୟା ବାଲନ ଇନଷ୍ଟାଗ୍ରାମରେ ଜଣାଇଛନ୍ତି । ଦି ଡାର୍ଟି ପିକ୍ଚରର ହିରୋଇନ ଏବେ ଗଣିତରେ ପାରଙ୍ଗମ ଥିବା ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସିବେ ।

sakuntala devi
ଫଟୋ ସୌଜନ୍ୟ: ଏ ଏନ ଆଇ

ତେବେ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ବିଟ କରି ଫିଲ୍ମକୁ 2020ରେ ରିଲିଜ କରାଯିବ ବୋଲି କହିଥିଲେ । ଫିଲ୍ମକୁ ବିକ୍ରମ ମଲହୋତ୍ରା ପ୍ରଯୋଜନା ଦେଉଥିବା ବେଳେ ଅନୁ ମେନ୍ନନ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ତେବେ ବିଦ୍ୟା ନିଜ ଖୁସି ଜାହିର କରି କହିଥିଲେ,ସାଧାରଣ ଲୋକଙ୍କ ଗଣିତ ପ୍ରତି ଏତେ ଭଲପାଇବା ନଥାଏ । ମାତ୍ର ଶକୁନ୍ତଳା ଦେବୀ ଗଣିତ ସହ ଖେଳିବା ଜାଣିଛନ୍ତି । ମୁଁ ଖୁସି ଯେ ପୁଣି ବିକ୍ରମ ମଲହୋତ୍ରାଙ୍କ ସହ ପୁଣି କାମ କରିବାକୁ ସୁଯୋଗ ମିଳିଛି ବୋଲି ବିଦ୍ୟା କହିଥିଲେ ।

ବିଦ୍ୟାଙ୍କ 'କାହାଣୀ' ଫିଲ୍ମକୁ ମଧ୍ୟ ବିକ୍ରମ ପ୍ରଯୋଜନା ଦେଇଥିଲେ । ତେବେ 1982ରେ ଗିନିଜ ୱାର୍ଲ୍ଡ ରେକର୍ଡରେ ଶକୁନ୍ତଳା ଦେବୀଙ୍କ ନାମ ସ୍ଥାନ ପାଇଥିଲା । ଗଣିତରେ ପାରଙ୍ଗମ ଥିଲେ ଯେ ତାଙ୍କୁ ହ୍ୟୁମାନ କମ୍ପ୍ୟୁଟର ବୋଲି ନାମିତ କରାଗଲା । 5 ବର୍ଷ ବୟସରେ ସେ କଲେଜ ପିଲାଙ୍କ ଗଣିତକୁ ବହୁତ ସହଜରେ ସମାଧାନ କରିପାରୁଥିଲେ । ଏଥିପାଇଁ ସେ ବହୁତ ଆୱାର୍ଡର ଅଧିକାରୀ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.