ETV Bharat / sitara

କେନିଆରେ ଶାହରୁଖ-କାଜଲଙ୍କ ପ୍ରେମ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଭାଇରାଲ ହେଲା ‘ତୁଝେ ଦେଖା ତୋ ୟେ ଜାନା ସମନ’ର କେନିୟା ଭିଡିଓ । ଶାହରୁଖ ଓ କାଜଲଙ୍କ ଅନ୍ଦାଜରେ ନଜର ଆସିଲେ କେନିଆର ଏକ ପ୍ରେମୀ ଯୁଗଳ ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଶହରୁଖ ଖାନ ଫ୍ୟାନକ୍ଲବ
author img

By

Published : Sep 13, 2019, 6:59 PM IST

ମୁମ୍ବାଇ: ହୁଏତଃ କିଛି ବର୍ଷ ହେବ ବି-ଟାଉନର ବାଦଶାହା ଶାହରୁଖ ଖାନଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପର ଶିକାର ହୋଇଛି । କିନ୍ତୁ ଏବେ ମଧ୍ୟ ବିଶ୍ବରେ ତାଙ୍କ ଫ୍ୟାନ୍ସ ସଂଖ୍ୟା କମ ନୁହେଁ । ତାଙ୍କ 25 ବର୍ଷ ପୂରଣା ଫିଲ୍ମକୁ ଆଜି ମଧ୍ୟ ଖୁବ ଆନନ୍ଦରେ ଦେଖୁଛନ୍ତି ଦର୍ଶକ । କାଜଲ ଓ ଶାହରୁଖଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ଦିଲୱାଲେ ଦୁଲ୍ହନିୟା ଲେ ଜାଏଗେଂ’ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସବୁବେଳେ ଟପରେ ରହିଆସୁଛି । ଏବେ ମଧ୍ୟ ଏହି ଫିଲ୍ମର କ୍ରେଜ ଦେଖିବାକୁ ମିଳୁଛି । ସବୁଠାରୁ ଅଧିକା କେନିଆରେ ଏହି ଫିଲ୍ମ ଚର୍ଚ୍ଚ । ଏକଥା ଆମେ କହୁନାହୁଁ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରୁ ଏହା ଜଣାପଡିଛି ।

ଫଟୋ ସୌଜନ୍ୟ: ଟ୍ବିଟର@ଅନୁପମ ଖେର

ଯାହାକୁ ବିଶିଷ୍ଟ ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭାଇରାଲ ଭିଡିଓରେ 1995ରେ ଆସିଥିବା କିଙ୍ଗ ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଦିଲୱାଲେ ଦୁଲ୍ହନିୟା ଲେ ଜାଏଗେଂ’ର ଗୀତ ‘ତୁଝେ ଦେଖା ତୋ’ରେ ଲିପ-ସିଙ୍କ କରୁଥିବାର ନଜର ଆସୁଛନ୍ତି କେନିଆର ଦୁଇ ପ୍ରେମୀ ଯୁଗଳ ।

ଭିଡିଓ ସେୟାର କରି ଅନୁପମ ଲେଖିଛନ୍ତି, ‘ପ୍ରସ୍ତୁତ କେନିଆରୁ ଶାହରୁଖ ଓ କାଜଲ ଯିଏ ଦିଲୱାଲେ ଦୁଲ୍ହନିୟା ଲେ ଜାଏଗେଂର ପପୁଲାର ଗୀତର ଲିପ-ସିଙ୍କ କରୁଛନ୍ତି । ଏହାକୁ ଲଲିତ ପାଣ୍ଡେ ସେୟାର କରିଛନ୍ତି । ସେ ଏହି ଗୀତଟିକୁ କମ୍ପୋଜ କରିଥିଲେ ।

ପ୍ରକାଶ ଥାଉକି ଏହି ଫିଲ୍ମରେ ଶାହରୁଖଙ୍କ ପିତା ରୂପେ ନଜର ଆସିଥିଲେ ଅନୁପମ । ଏହି ଆଇକନିକ ଫିଲ୍ମକୁ ଆଦିତ୍ୟ ଚୋପ୍ରା ନିର୍ମାଣ କରିଥିଲେ । ‘ତୁଝେ ଦେଖା ତୋ ୟେ ଜାନା ସମନ’ ଗୀତଟିକୁ ଆଜି ମଧ୍ୟ ମ୍ୟୁଜିକ ଲଭର୍ସଙ୍କ ମଧ୍ୟରେ ପସନ୍ଦ କରାଯାଉଛି । ଏହାକୁ ମ୍ୟୁଜିକାଲ ଯୋଡି ଜତିନ-ଲଲିତ କମ୍ପୋଜ କରିଥିଲେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.