ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ହ୍ୟାଣ୍ଡସମ ଅଭିନେତା ବିକ୍କୀ କୌଶଲଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ଏବେ ବ୍ଲକବଷ୍ଟର ଫିଲ୍ମରେ ସାମିଲ ହୋଇସାରିଛି । ଫିଲ୍ମ ଏଯାବତ ଶାନଦାର କଲେକ୍ସନ କରିବାରେ ଲାଗିଛି । ଏହି ଫିଲ୍ମରୁ ଫେମସ ହୋଇଥିବା ବିକ୍କୀଙ୍କ ଫ୍ୟାନ୍ସ ସଂଖ୍ୟା ମଧ୍ୟ ବେଶ ଅଧିକା । ଉରି ରିଲିଜ ହେବା ପୂର୍ବରୁ ବିକ୍କୀ ଅନେକ ଟକ ଶୋରେ ସାକ୍ଷାତକାର ଦେଇଥିଲେ । ଯେଉଁଠାରେ ତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ ଅନେକ ପ୍ରଶ୍ନ କରାଯାଇଥିଲା । ସବୁ ପ୍ରଶ୍ନ ବ୍ୟତୀତ ତାଙ୍କ ଫିମେଲ ଫ୍ୟାନ ସବୁବେଳେ ତାଙ୍କ ରିଲେସନଶିପ ବିଷୟରେ ଜାଣିବାକୁ ଖୁବ୍ ଉତ୍ସାହିତ ଥାଆନ୍ତି ।
ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ମାନିଥିଲେ କି ସେ ହରଲୀନ ସେଟ୍ଟୀଙ୍କୁ ଡେଟ କରୁଛନ୍ତି । କିନ୍ତୁ ଏବେ ସେ ନିଜ ବୟାନ ପରିବର୍ତ୍ତନ କରି କହିଛନ୍ତି କି ବର୍ତ୍ତମାନ ସେ ସିଙ୍ଗଲ ଅଛନ୍ତି । ଯାହା ଶୁଣି ତାଙ୍କ ଫିମେଲ ଫ୍ୟାନ୍ସ ଖୁବ୍ ଖୁସି ହୋଇଛନ୍ତି ।
ଏକ ଇଭେଣ୍ଟରେ ସାମିଲ ହୋଇଥିବା ବେଳେ ତାଙ୍କୁ ରିଲେସନଶିପ ଉପରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବ ସେ କାଜୁଆଲି ରୂପେ ଦେଇ କହିଥିଲେ କି 'Single ekdum' । ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା କି mingle ପାଇଁ ପ୍ରସ୍ତୁତ ଅଛନ୍ତି । ଏହାର ଜବାବ ସେ ଆଶ୍ଚର୍ଯ୍ୟଜନ ରୂପେ ଦେଇଥିଲେ । ଯାହା ଶୁଣି ସମସ୍ତ ଆଶ୍ଚର୍ଯ୍ୟ ହୋଇଥିଲେ । ସେ କହିଥିଲେ 'Ready to mingle with the audience.'
ଯାହା ବି ହେଉ ଏବେ ବିକ୍କୀଙ୍କ ସିଙ୍ଗଲ କଥା ଶୁଣି ନାହିତ ଖୁସି ହୋଇଥିବେ ତାଙ୍କ ଫିମେଲ ଫ୍ୟାନ୍ସ । କାରଣ ବିକ୍କୀଙ୍କ ପରି ଅଭିନେତା ସିଙ୍ଗଲ ରହିବା ସସସ୍ତଙ୍କ ପାଇଁ ଖୁସି ଖବର ।
ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ବିକ୍କୀ ହରଲୀନଙ୍କ ବ୍ରେକଅପ ଖବର ଜୋର ଧରିଥିଲା । ଦୁଇଜଣଙ୍କ ବ୍ରେକଅପର କାରଣ ଅଭିନେତ୍ରୀ କ୍ୟାଟ୍ରିନା କୈଫ ବୋଲି ଶୁଣିବାକୁ ମଧ୍ୟ ମିଳିଥିଲା ।