ମୁମ୍ବାଇ: 2001ରେ ଆସିଥିବା ଆର ମାଧବନ ଓ ଦିୟା ମର୍ଜାଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରହନା ହେ ତେରେ ଦିଲ୍ ମେଁ’କୁ ହିନ୍ଦୀ ସିନେମାର କଲ୍ଟ ରୋମାନ୍ସ ମୁଭିରେ ଗଣାଯାଏ । ଫିଲ୍ମ ଦର୍ଶକଙ୍କ ହୃଦୟରେ ଆଜି ବି ରାଜ୍ କରୁଛି । ଫିଲ୍ମର କାହାଣୀ, ଏହାର ଷ୍ଟାରକାଷ୍ଟ ସବୁ କିଛି ବେଶ୍ ଚର୍ଚ୍ଚିତ । ଏହି ଫିଲ୍ମର କାହାଣୀ ପୁଣିଥରେ ପରଦାରେ ଦେଖିବାକୁ ବ୍ୟାକୁଳ ଅଛନ୍ତି ଦର୍ଶକ । କାରଣ ଦୀର୍ଘ ସମୟରୁ ଫିଲ୍ମର ସିକ୍ବେଲକୁ ନେଇ ଚର୍ଚ୍ଚା । ଇତିମଧ୍ୟରେ ସିକ୍ବେଲକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଯାହା ଶୁଣି ସମସ୍ତେ ଖୁସି ହୋଇଯିବେ । କାରଣ ସମାନ କାହାଣୀ ସହ ଏଥର ପରଦାରେ ରୋମାନ୍ସ କରିବେ ବିକ୍କୀ କୌଶଲଙ୍କ ସହ କ୍ରିତି ସାନନ ।
ଚର୍ଚ୍ଚା ଜୋର ଧରିଛି ଯେ ଏହି ଫିଲ୍ମ ପାଇଁ ଦୁଇଷ୍ଟାରଙ୍କ ସହ କଥାବାର୍ତ୍ତା କରୁଛନ୍ତି ମେକର୍ସ । କ୍ରିତି ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ନେଇ ରାଜି ଥିବା ବେଳେ ବିକ୍କୀଙ୍କ ତରଫରୁ କୌଣସି ସୂଚନା ଏଯାବତ ମିଳିନାହିଁ । ସେହିପରି ‘ମମ୍’ ଫିଲ୍ମ ନିର୍ଦ୍ଦେଶକ ରବି ଉଦୟକରଙ୍କୁ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଅଫର ଦିଆଯାଇଛି ।
ପ୍ରକାଶ ଥାଉକି ମେକର୍ସଙ୍କ ଫିଲ୍ମ ପାଇଁ ନୂଆ ଚେହେରାର ଆବଶ୍ୟକ ଅଛି । ଯାହା ପାଇଁ କାଷ୍ଟି ନିର୍ଦ୍ଦେଶକ ବିକ୍କୀ ଓ କ୍ରିତିଙ୍କ ନାମ ମେକର୍ସଙ୍କୁ କହିଛନ୍ତି । ସେପଟେ ମେକର୍ସଙ୍କ ମଧ୍ୟ ଏହି ଯୋଡିକୁ ଫିଲ୍ମରେ ସାମିଲ କରିବାକୁ ଚାହୁଁଛନ୍ତି । 2022ରେ ଫିଲ୍ମର କାମ ଆରମ୍ଭ ହେବ । କାରଣ ବର୍ତ୍ତମାନ ଫିଲ୍ମକୁ ନେଇ ଅନେକ ପେପରୱାର୍କ କାମ ବାକି ଅଛି ।