ETV Bharat / sitara

‘ବାଟଲା ହାଉସ’ ଦେଖିଲେ ଉପରାଷ୍ଟ୍ରପତି

ରିଲିଜ ପୂର୍ବରୁ ଜନ ଅବ୍ରାହମଙ୍କ ଅଭିନୀତ ‘ବାଟଲା ହାଉସ’ର ସ୍ପେଶାଲ ସ୍କ୍ରିନିଂ । ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁଙ୍କ ପାଇଁ ଆୟୋଜିତ ହେଲା ସ୍ପେଶାଲ ସ୍କ୍ରିନିଂ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
author img

By

Published : Aug 4, 2019, 2:59 AM IST

ମୁମ୍ବାଇ: ଦେଶ ଭକ୍ତି ଉପରେ ଆଧାରିତ ଆକ୍ସନ ହିରୋ ଜନ ଅବ୍ରାହମଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ’ ଖୁବଶୀଘ୍ର ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି । ଫିଲ୍ମଟି ସ୍ବାଧୀନତା ଦିବସରେ ରିଲିଜ ହେବ । ଏହାପୂର୍ବରୁ ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କ ପାଇଁ ଶନିବାର ଦିଲ୍ଲୀରେ ଏକ ସ୍ପେଶାଲ ସ୍କ୍ରିନିଂର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଜନ କହିଛନ୍ତି, ‘‘ ଉପ ରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁଙ୍କୁ ନିଜ କାମ ଦେଖାଇବା ଆମ ପାଇଁ ସମ୍ମାନର କଥା । ମୁଁ ଚାହୁଁଛି ଯେ ସେ ଆମ ଫିଲ୍ମ ଉପରେ ଯେକୌଣସି ପ୍ରତିକ୍ରିୟା ଦିଅନ୍ତୁ । ସେ ଆମକୁ ଏହି ସୁଯୋଗ ଦେବାରୁ ଅନେକ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି । ତାଙ୍କ ସହ ସାକ୍ଷାତ କରିବା ଏବଂ କଥାବାର୍ତ୍ତା କରିବାକୁ ବ୍ୟାକୁଳ ଅଛି ।’’

ନିଖିଲ ଆଡଭାନୀ ଦ୍ବାରା ନିର୍ଦ୍ଦେଶିତ ‘ବାଟଲା ହାଉସ’ 2008ରେ ହୋଇଥିବା ସିରିଏଲ ବ୍ଲାଷ୍ଟରେ ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଘଟିଥିବା ଏନକାଉଣ୍ଟର ଉପରେ ଆଧାରିତ ।

ଜନ ଏହି ଫିଲ୍ମରେ ଉକ୍ତ ଅପରେଶନର ଦାୟିତ୍ବ ସମ୍ଭାଳିଥିବା ଡିସିପି ସଞ୍ଜୀବ କୁମାର ଯାଦବଙ୍କ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ତାଙ୍କ ସହ ଫିଲ୍ମରେ ‘ସୁପର 30’ ଅଭିନେତ୍ରୀ ମୃଣାଳ ଠାକୁର ମୁଖ୍ୟ ଭୂମିକାରେ ନଜର ଆସିବେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.