ETV Bharat / sitara

ରାଡିଆ ଟେପ ବିବାଦ ଓ ବୁରାଡି କାଣ୍ଡକୁ ନେଇ ଆସୁଛି ୱେବ ସିରିଜ - burari scandal for tipping point

ବର୍ତ୍ତମାନ ଭାୟାକମ 18 ବାସ୍ତବ ଘଟଣାକୁ ଦର୍ଶକଙ୍କ ସାମ୍ନାରେ ୱେବ ସିରିଜ ଜରିଆରେ ଉପସ୍ଥାପନା କରିବାକୁ ଯାଉଛି । ଯାହାକୁ ନେଇ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Jul 6, 2020, 8:49 PM IST

ମୁମ୍ବାଇ: ଭାରତର ଫେମସ ଫିଲ୍ମ ପ୍ରଡକ୍ସନ ହାଉସ ଭାୟାକମ 18 ମୋଶନ ପିକ୍ଚର ନୂଆ ୱେବ ସିରିଜ ନିର୍ମାଣ କରିବାକୁ ଯାଉଛି । ସେ ନିଜର ଡିଜିଟାଲ ୱିଙ୍ଗ ଟିପିଂ ପଏଣ୍ଟ ଅନ୍ତର୍ଗତ ରାଡିଆ ଟେପ ବିବାଦ ଉପରେ ଏକ ୱେବ ସିରିଜ ନିର୍ମାଣ କରିବ । ଏହି ୱେବ ସିରିଜ ନୀଲିମା କୋଟାଙ୍କ ବହି ‘ଦ ଅନସେଟ ସିଜନ’କୁ ନେଇ ଆଧାରିତ ହେବ । ଯାହାର କାହାଣୀ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ସୂପର୍ଣ୍ଣ ବର୍ମା । ସେହିପରି ଏହି ଖବରର ସୂଚନା ଭାୟକମ 18 ମୋଶନ ପିକ୍ଚର୍ସ ସିଓଓ ଅଜୀତ ଅନ୍ଧାରେ ଦେଇଛନ୍ତି ।

ପ୍ରକାଶ ଥାଉକି 2008-2009 ମଧ୍ୟରେ ଘଟିଥିବା ଦେଶର ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ଅନ୍ୟତମ ରାଡିଆ ଟେପ ବିବାଦ । ସେହି ସମୟରେ ଆୟକର ଜଣେ ବରିଷ୍ଠ ସାମ୍ବାଦିକ ଆଉ କିଛି କର୍ପୋରେଟ କମ୍ପାନୀ ସହିତ ଫୋନର କଥାବାର୍ତ୍ତାକୁ ଟ୍ୟାପ କରିଥିଲେ । ଯେଉଁଥିରେ ଜଣାପଡିଥିଲା ସେମାନେ 2ଜି ସ୍ପେକ୍ଟ୍ରମ ବିକାକିଣାରେ କିଛି ସନ୍ଦେହଜନକ ବିଷୟ ଲୁଚାଇ ରଖିଛନ୍ତି ।

ବର୍ତ୍ତମାନ ଏହାର କାହାଣୀକୁ ନିର୍ମାତା ୱେବ ସିରିଜ ଜରିଆରେ ଦର୍ଶକଙ୍କ ନିକଟରେ ଉପସ୍ଥାପନା କରିବାକୁ ଯାଉଛନ୍ତି । ଖାଲି ଏତିକି ନୁହେଁ କମ୍ପାନୀ ବର୍ତ୍ତମାନ ଏକାଠି 5ଟି ସିରିଜ ଉପରେ କାମ ଆରମ୍ଭ କରିଦେଇଛି । ଯେଉଁଥିରେ ରାଡିୟା ଟେପ ବିବାଦ ବ୍ୟତୀତ ବୁରାଡି କାଣ୍ଡ ମଧ୍ୟ ସାମିଲ ଅଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.