ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ଜୀନତ ଅମନ ପୁଣିଥରେ ପରଦାରେ ନଜର ଆସିବାକୁ ଯାଉଛନ୍ତି । ଖୁବଶୀଘ୍ର ଆଗାମୀ ଫିଲ୍ମ ‘ମରଗାଁୱ: ଦ କ୍ଲୋଜ୍ଡ ଫାଇଲ’(Margaon: The Closed File)ରେ ତାଙ୍କ ନୂଆ ଅବତାରରେ ଦେଖାଯିବେ । ଏହି ଫିଲ୍ମଟି ଏକ ହତ୍ୟା ରହସ୍ୟ ଯାହାକି ଅଗଥା କ୍ରିଷ୍ଟୀଙ୍କ କାର୍ଯ୍ୟ ଶୈଳୀକୁ ଦର୍ଶାଉଛି । ଯାହାର ସୂଚନା ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି ।
ସେହିପରି ଫିଲ୍ମର କାହାଣୀ ଜଣେ 69 ବର୍ଷିୟା ଅଭିନେତ୍ରୀ ଯିଏ ଆଙ୍ଗ୍ଲୋ ଭାରତୀୟ ପରିବାରର ମୁଖ୍ୟ ଭାବରେ ଅଭିନୟ କରିଛନ୍ତି । ଜଣେ ସ୍ବାଧୀନ ମହିଳା, ମା' ଏବଂ ଉଦ୍ୟୋଗୀ ଭାବରେ ନଜର ଆସିବେ ଜୀନତ । ‘ମରଗାଁୱ: ଦ କ୍ଲୋଜ୍ଡ ଫାଇଲ’ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ କପିଲ ସୌସ୍ତୁଭ ଶର୍ମା ଜଣାଇଛନ୍ତି ଯେ ଜୀନତ ଫିଲ୍ମରେ ଜୀନତଜୀ ସିଲ୍ବିୟାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ସାହାସୀ ମହିଳା । ସବୁ ପରିସ୍ଥିତି ସହ ନିଜକୁ ସାମିଲ କରିପାରୁଥିବେ ।
ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଦେବା ସହ କାହାଣୀ ମଧ୍ୟ ଲେଖିଛନ୍ତି କପିଲ । ଯଦି ଜୀନତଙ୍କ ବିଷୟରେ କଥା ହେବା ତେବେ ସେ ଶେଷଥର 2019ରେ ରିଲିଜ ହୋଇଥିବା ଐତିହାସିକ ଡ୍ରାମା ‘ପାନିପଥ’ରେ ନଜର ଆସିଥିଲେ । ଫିଲ୍ମରେ ସେ ହୁମାୟୁଂଙ୍କ ଝିଅ ସୋକିନା ବେଗମ ଭୂମିକାରେ ଦେଖାଯାଇଥିଲେ ।