ମୁମ୍ବାଇ: ବଲିଉଡ ଆକ୍ସନକୁ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇଥିବା ବି-ଟାଉନ ସିଂଘମ ଅଜୟ ଦେବଗନଙ୍କ ପିତା ଭିରୁ ଦେବଗନ ଆଜି ସକାଳେ ଦୁନିଆକୁ ଅଲବିଦା କହି ସବୁଦିନ ପାଇଁ ଆଖି ବନ୍ଦ କରିଦେଇଛନ୍ତି । ତାଙ୍କ ମୃତ୍ୟୁରେ ପୁରା ବି-ଟାଉନରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖ ସମୟରେ ପୁରା ବଲିଉଡ ଅଜୟଙ୍କ ପରିବାର ସହ ନଜର ଆସିଛି ।
ସବୁ କଳାକାର ଭିରୁଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ପହଞ୍ଚିଛନ୍ତି । କିନ୍ତୁ ଯେମିତି ଐଶ୍ବର୍ଯ୍ୟା ରାୟ ବଚ୍ଚନ ସ୍ବାମୀ ଅଭିଷେକ ବଚ୍ଚନଙ୍କ ସହ ଅଜୟ ଘରେ ପହଞ୍ଚିଥିଲେ, କାଜୋଲ ତାଙ୍କୁ ଦେଖି ଖୁବ୍ କାନ୍ଦିଥିଲେ ।
ଆଉ କିଛି ସମୟରେ ଭିରୁଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ଭିଲେ ପାର୍ଲେରେ କରାଯିବ । ଏବେ ଭିରୁଙ୍କ ଅନ୍ତିମ ଯାତ୍ରା ଅଜୟଙ୍କୁ ଘରୁ ଆରମ୍ଭ ହୋଇଯାଇଛି । ଅଜୟ ନିଜ ପିତାଙ୍କ ପାର୍ଥିବ ଶରୀରକୁ କାନ୍ଧରେ ବୁହାଇ ଯାତ୍ରା କରୁଥିବାର ନଜର ଆସୁଛନ୍ତି ।
ପ୍ରକାଶ ଥାଉକି ଭିରୁ ଜଣେ ଅଭିନେତା, ଆକ୍ସନ ମାଷ୍ଟର ଏବଂ ନିର୍ଦ୍ଦେଶକ ଥିଲେ । ସେ ବଲିଉଡରେ ଷ୍ଟଣ୍ଟ ନିର୍ଦ୍ଦେଶକ ଭାବେ ପରିଚିତ । ଭିରୁ 1994 'ଦିଲୱାଲେ', 'ହିମ୍ମତୱାଲା', 1983, 1988 'ଶହେଂଶାହା' ଭଳି ଶାନଦାର ଫିଲ୍ମ ପାଇଁ ଆକନ୍ସ ସିନ ନିର୍ଦ୍ଦେଶିତ କରିଥିଲେ ।
ସେ ମାତ୍ର 14 ବର୍ଷ ବୟସରେ ବଲିଉଡର ସ୍ବପ୍ନ ନେଇ ଅମୃତସରରୁ ମୁମ୍ବାଇ ପଳାଇ ଆସିଥିଲେ । କାରପେଣ୍ଟରଠୁ ନେଇ ଆକ୍ସନ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଶାନଦାର ଯାତ୍ରା ଆରମ୍ଭ କରିଥିବା ଭିରୁ ନିଜ କ୍ୟାରିୟରରେ ପାଖାପାଖି 3 ଡର୍ଜନରୁ ଅଧିକ ଫିଲ୍ମରେ ଷ୍ଟଣ୍ଟ ଏବଂ ଆକ୍ସନ କୋରିଓଗ୍ରାଫ ରୂପେ କାମ କରିଥିଲେ ।