ନୂଆଦିଲ୍ଲୀ : ଏବେ ତେଲୁଗୁ ଷ୍ଟାର ବରୁଣ ତେଜ କୋନିଡେଲାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ଖୁସି ବ୍ୟକ୍ତ କରି ତାଙ୍କ ପ୍ୟାନ୍ସଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇନଷ୍ଟାଗ୍ରାମରେ ବରୁଣ ଏକ ନୋଟ୍ ସେୟାର କରି ଲେଖିଛନ୍ତି, "କେବେ ଭାବି ନଥିଲି ଯେ ଏକ ନେଗେଟିଭ ରିପୋର୍ଟ ମୋ ପାଇଁ ଏପରି ଏକ ବହୁତ ବଡ ଖୁସି ଖବର ଆଣିଦେବ । ହଁ, ମୋର କୋଭିଡ -19 ରିପୋର୍ଟ ନେଗେଟିଭ ଆସିଛି । ସମସ୍ତଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ" ।
- " class="align-text-top noRightClick twitterSection" data="
">
ବରୁଣ ସୁସ୍ଥ ହେବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ପ୍ରକାଶ ଥାଉ ଯେ, ବରୁଣଙ୍କ ଡିସେମ୍ବର 2020 କୋରୋନା ରିପୋର୍ଟ ପଜିଟିଭ ବାହାରିଥିଲା । ଯାହା ପରେ ସେ ହୋମ କ୍ବ୍ୟାରେଣ୍ଟାଇନରେ ଥିଲେ ।