ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଶର୍ମା ବୁଧବାର ସୋସିଆଲ ମିଡିଆରେ ତାଙ୍କ ମା’ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା କହିଛନ୍ତି ଯେ ସେ ବଡ ହୋଇଗଲେଣି କିନ୍ତୁ ଆଜି ମଧ୍ୟ ସେ ନିଜ ମାଆଙ୍କ କୋଳରେ ବସିବାକୁ ମିସ୍ କରୁଛନ୍ତି ।
- " class="align-text-top noRightClick twitterSection" data="
">
ବରୁଣ ଇନଷ୍ଟାଗ୍ରାମରେ ପିଲାଦିନର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ମା’ଙ୍କ କୋଳରେ ବସିଥିବାର ଦେଖିବାକୁ ମିଳିବ ।
ଅନ୍ୟ ଏକ ଫଟୋରେ ଅଭିନେତା ତାଙ୍କ ମା’ଙ୍କୁ ଆଲିଙ୍ଗନ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଫଟୋ ସେୟାର କରି ବରୁଣ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମାମା! ତୁମେ ମୋ ପାଇଁ ସବୁକିଛି । ସର୍ବଦା ମୋ ପାଖରେ ଥିବାରୁ ଧନ୍ୟବାଦ । ମୁଁ ବର୍ତ୍ତମାନ ବଡ ହୋଇସାରିଲିଣି, କିନ୍ତୁ ଆଜି ମଧ୍ୟ ମୁଁ ତମ କୋଳରେ ବସିବାକୁ ମିସ୍ କରୁଛି' ।
ଏହି ପୋଷ୍ଟରେ ଅନେକ ବି-ଟାଉନ୍ ସେଲିବ୍ରିଟି ସୋନାକ୍ଷୀ ସିହ୍ନା ଏବଂ ପୁଲକିତ ବରୁଣଙ୍କ ମା’ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରକାଶ ଥାଉ ଯେ, ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ରୁହି'ରେ ବରୁଣଙ୍କ ଅଭିନୟ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିଥିଲା ।