ମୁମ୍ବାଇ: ଫିଲ୍ମ 'ଫୁକ୍ରେ'ରେ ଚୋଖା ଭାବରେ ଲୋକପ୍ରିୟ ଅଭିନେତା ବରୁଣ ଶର୍ମା ଏହି ଲକଡାଉନ ସମୟରେ ତାଙ୍କ ଦକ୍ଷତା ବିକାଶ ଉପରେ କାମ କରୁଛନ୍ତି । ସେ ବର୍ତ୍ତମାନ ସ୍ପାନିଶ୍ ଭାଷା ଶିଖୁଛନ୍ତି ।
ବରୁଣ କହିଛନ୍ତି, ଏହି ଲକଡାଉନ ସମୟରେ ନିଜକୁ ବ୍ୟସ୍ତ ରଖିବା ଅତ୍ୟନ୍ତ କଷ୍ଟକର । ତେଣୁ ମୁଁ ଭାବିଲି ଏହି ସମୟକୁ ଉପଯୁକ୍ତ ବ୍ୟବହାର କରି ମୁଁ ବର୍ତ୍ତମାନ ଏକ ନୂତନ ଭାଷା ଶିଖୁଛି । ଯାହା ମୁଁ ସର୍ବଦା ଶିଖିବାକୁ ଚାହୁଁଥିଲି । ଶେଷରେ ମୁଁ ସମୟ ପାଇଲି । ଏଥି ସହିତ ବରୁଣ ତାଙ୍କ ମାଆଙ୍କ ଠାରୁ ଟିପ୍ସ ନେଇ ପେଣ୍ଟିଂ ମଧ୍ୟ ଶିଖୁଛନ୍ତି ।
ନିକଟରେ ବରୁଣ ରାଜକୁମାର ରାଓ ଏବଂ ଜାନଭୀ କପୁରଙ୍କ ସହ 'ରୁହି ଅଫଜାନା'ରେ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ