ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ବରୁଣ ଧୱନ ନିଜର ଅପକମିଂ ଫିଲ୍ମ ‘କୁଲି ନଂ 1’ରେ ବ୍ୟସ୍ତ । ଫିଲ୍ମର ନିର୍ଦ୍ଦେଶନା ତାଙ୍କ ପିତା ତଥା ଲୋକପ୍ରିୟ ନିର୍ମାତା ଡେଭିଡ ଧୱନ କରୁଛନ୍ତି । ନିକଟରେ ଫିଲ୍ମର ସୁଟିଂ ବ୍ୟାଙ୍କକରେ ଆରମ୍ଭ ହୋଇଥିଲା । ବରୁଣଙ୍କ ଅପୋଜିଟ୍ ଫିଲ୍ମରେ ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ନଜର ଆସିବେ ।
ଏହାସହ ବରୁଣଙ୍କ ହାତରେ ଆଉ ଏକ ଫିଲ୍ମର ଅଫର ଲାଗିଛି । ଯାହା ବାୟୋପିକ ଫିଲ୍ମ । ଏହି ଫିଲ୍ମ ପରମବୀର ଚକ୍ରରେ ସମ୍ମାନିତ ସେକେଣ୍ଡ ଲିଫ୍ଟିନେଣ୍ଟ ଅରୁଣ ଖେତ୍ରପାଲଙ୍କ ଜୀବନ ଉପରେ ଆଧାରିତ ହେବ । ପ୍ରଥମଥର ପରଦାରେ ଆର୍ମି ଅଫିସର ଭୂମିକାରେ ଅଭିନୟ କରିବେ ବରୁଣ ।
- " class="align-text-top noRightClick twitterSection" data="
">
ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି । ସେ କନଫର୍ମ କରିଛନ୍ତି କି ସେ ଅରୁଣ ଖେତ୍ରପାଲଙ୍କ ଭୂମିକାରେ ଅଭିନୟ କରିବେ । ଏଯାବତ ଫିଲ୍ମର ଟାଇଟଲ ଫାଇନାଲ ହୋଇନାହିଁ । କିନ୍ତୁ ଏହାର ନିର୍ଦ୍ଦେଶନା କରିବେ ‘ବଦଲାପୁରର’ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ।
ଫଟୋର କ୍ୟାପସନରେ ବରୁଣ ଲେଖିଛନ୍ତି, ‘ମୋର ସବୁବେଳେ ସ୍ବପ୍ନ ଥିଲା କି ମୁଁ ଦେଶର ସୈନିକ ଭୂମିକାରେ ଅଭିନୟ କରିବି । ଏହା ମୋର ଏକ ମହତ୍ବପୂର୍ଣ୍ଣ ଫିଲ୍ମ । ଏବେ ଆଉ ଅପେକ୍ଷା କରିପାରୁନାହିଁ କି ଶ୍ରୀରାମ ରାଘବନ ଦ୍ବାରା ନିର୍ଦ୍ଦେଶିତ ଅରୁଣ ଖେତ୍ରପାଲଙ୍କ ଏହି ଫିଲ୍ମ କେବେ ବିଗ ସ୍କ୍ରିନରେ ଆସିବାକୁ । ଦିନେଶ ବିଜନଙ୍କ ପ୍ରଡକ୍ସନରେ ଭିନ୍ନ ଭିଜନ ରହିଥାଏ । କିନ୍ତୁ ଏଥିର ଇମୋଶନ ମଧ୍ୟ ଅଛି । ଆଶା କରୁଛି କି ମୁକେଶ ଖେତ୍ରପାଲ ଓ ପୁନା ହର୍ସଙ୍କୁ ଗର୍ବିତ କରିପାରିବି । ଜୟ ହିନ୍ଦୀ, ମୁଁ ଆଶା କରୁଛି ଆପଣଙ୍କୁ ନିରାଶ କରିବି ନାହିଁ ।’