ETV Bharat / sitara

ବାବା ଜ୍ୟାକସନଙ୍କୁ ‘ଷ୍ଟେ ଆଟ ହୋମ’ ଶୋର ବିଜେତା ଘୋଷଣା କଲେ ବରୁଣ

ଖୋଲିଲା ଅଯୋଧ୍ୟାର ଜଣେ ଡାନ୍ସରଙ୍କ ଭାଗ୍ୟ । ଲକଡାଉନରେ ଜିତିଲେ 1 କୋଟି । ‘ଷ୍ଟେ ଆଟ ହୋମ’ ଶୋର ବିଜେତା ଭାବେ ବାବା ଜ୍ୟାକସନଙ୍କ ନାମ ଘୋଷଣା କଲେ ବରୁଣ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
author img

By

Published : Jun 8, 2020, 11:19 PM IST

ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମାଙ୍କ ଜନ୍ମସ୍ଥଳୀ ଉତ୍ତରପ୍ରଦେଶର ଅଯୋଧ୍ୟରୁ ଏବେ ଜଣେ ନୂଆ ଡିଜିଟାଲ ଷ୍ଟାର ସାମ୍ନାକୁ ଆସିଛନ୍ତି । ଫ୍ଲିପକାର୍ଟରେ ଲକଡାଉନ ସମୟରେ ଆରମ୍ଭ ହୋଇଥିବା ରିୟାଲିଟି ଶୋ ଏଣ୍ଟରଟେନମେଣ୍ଟ ନମ୍ବର ୱାନ ବିଜେତାଙ୍କ ବିଷୟରେ ସୂଚନା ସାମ୍ନାକୁ ଆସିବାରେ ଲାଗିଛି । ସୂଚନା ଅନୁଯାୟୀ ଅଯୋଧ୍ୟରୁ ନିଜ ଭିଡିଓ ତିଆରି କରି ଅପଲୋଡ କରୁଥିବା ବାବା ଜ୍ୟାକସନଙ୍କୁ ଶୋର ହୋଷ୍ଟ ତଥା ଅଭିନେତା ବରୁଣ ଧୱନ ବିଜେତା ଭାବେ ଚୟନ କରିଛନ୍ତି । ବିଜେତା ହେବା ଯୋଗୁ ବାବାଙ୍କୁ ବର୍ତ୍ତମାନ 1 କୋଟି ଟଙ୍କା ମିଳିବାକୁ ଯାଉଛି ।

ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର 3ଡି’ ରିଲିଜ ହେବା ପୂର୍ବରୁ ବରୁଣ ୟୁଟ୍ୟୁବରେ ଏକ ଲମ୍ବା ଧାରାବାହିକ ଚଳାଇ ଫିଲ୍ମ ବିଷୟରେ ପ୍ରଚାର ପ୍ରସାର କରିଥିଲେ । ଯେଉଁଥିରେ ଅନେକ ଶାନଦାର ଡାନ୍ସରଙ୍କୁ ଖୋଜୁଥିଲେ ଯେଉଁମାନେ ରାସ୍ତାରେ ଡାନ୍ସ କରି ନିଜ କଳା ସମସ୍ତଙ୍କୁ ଦେଖାଉଥିଲେ । ଏଥର ସେ ନିଜ ଆଗାମୀ ଫିଲ୍ମ ‘କୁଲି ନଂ ୱାନ’ ପାଇଁ ଏଣ୍ଟରଟେନମେଣ୍ଟ ନମ୍ବର ୱାନର ଆଇଡିଆ ଫ୍ଲିପକାର୍ଟକୁ ବିକ୍ରି କରିଥିଲେ । ଶୋ ତ ଆରମ୍ଭ ହୋଇଯାଇଥିଲା ହେଲେ ଲକଡାଉନ ପାଇଁ ଫିଲ୍ମର ସୁଟିଂ ସ୍ଥିଗତ ରହିଥିଲା ।

ସେପଟେ କିନ୍ତୁ ଶୋ ବନ୍ଦ ହୋଇନଥିଲା । ବରୁଣ ତାଙ୍କର ସମସ୍ତ ବ୍ରାଣ୍ଡ ସହିତ ଲକଡାଉନ ସମୟରେ ଏହି ଶୋ ଆରମ୍ଭ କରିଥିଲେ । ଆଉ ଏହାର ଉଦ୍ଦେଶ୍ୟ ଥିଲା ଯେ ଲକଡାଉନ ସମୟରେ ଘରେ ରହି ନିଜର ପ୍ରତିଭା ପ୍ରଦର୍ଶନ କରିବା । ଏବେ ‘ଷ୍ଟେ ଆଟ ହୋମ’ ଶୋର ସମାପ୍ତି ମଧ୍ୟ ହୋଇଛି । ଆଉ ବିଜେତା ରୂପେ ବାବାଙ୍କ ନାମ ଘୋଷଣା କରିଛନ୍ତି ବରୁଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.