ETV Bharat / sitara

ସଲମାନଙ୍କ ‘ରେସ 3’କୁ ପଛରେ ପକାଇଲା ‘କୁଲି ନଂ 1’

author img

By

Published : Dec 29, 2020, 11:08 AM IST

ଜାରି ହୋଇଯାଇଛି ଆଇଏମଡିବିର ରେଟିଂ । ସବୁଠୁ କମ୍ ରେଟିଂ ପାଇଛି ଡେଭିଡଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଲିଂ ନଂ 1’ । ପୂର୍ବରୁ ଏହି ସ୍ଥାନରେ ଥିଲା ସଲମାନ ଖାନଙ୍କ ଫିଲ୍ମ ‘ରେସ 3’ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ ‘କୁଲି ନଂ 1’ ଦର୍ଶକଙ୍କୁ ନିରାଶ କରିଛି । ସୋସିଆଲ ମିଡିଆରେ ମଧ୍ୟ ଫିଲ୍ମକୁ ଟ୍ରୋଲ କରାଯାଉଛି । ଫିଲ୍ମ ରିଲିଜ ପରଠୁ ସାରା ଓ ବରୁଣଙ୍କ ଫନି ମିମି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଫିଲ୍ମର ଆଇଏମଡିବି ରେଟିଂ ମଧ୍ୟ ଜାରି ହୋଇଛି । ଆଉ ରେଟିଂରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ‘କୁଲି ନଂ 1’ ।

1995ରେ ରିଲିଜ ହୋଇଥିବା ଗୋବିନ୍ଦା ଓ କରିସ୍ମା କପୁରଙ୍କ ସୁପଡୁପରହିଟ୍ ଫିଲ୍ମ ‘କୁଲି ନଂ 1’ର ରିମେକ ଫିଲ୍ମ ଏହା । ଯାହାଦ୍ବାରା ଦର୍ଶକ ବର୍ତ୍ତମାନ ଦୁଇଟି ଫିଲ୍ମକୁ ତୁଳନା କରୁଛନ୍ତି । ଆଉ ଏହି ମୁକାବୁଲାରେ ଫେଲ୍ ମାରିଛି ବରୁଣ ଓ ସାରାଙ୍କ ଫିଲ୍ମ । ଖାଲି ଏତିକି ନୁହେଁ କିଛି ଦର୍ଶକ ଫିଲ୍ମର ନିନ୍ଦା ମଧ୍ୟ କରିଛନ୍ତି ।

ଆଇଏମଡିବିର ଜାରି କରିଥିବା ରେଟିଂ ଲିଷ୍ଟ ସେୟାର ମଧ୍ୟ କରିଛି । ‘କୁଲି ନଂ 1’ ରେଟିଂ ବହୁତ ନୈରାଶ୍ୟଜନକ ହୋଇଛି । ଯାହା ସାରା, ବରୁଣଙ୍କ ସହ ମେକର୍ସଙ୍କ ଚିନ୍ତା ବଢାଇପାରେ । ‘କୁଲି ନଂ 1’କୁ ସୁପରଷ୍ଟାର ସମଲାନ ଖାନଙ୍କ ‘ରେସ 3’ ତୁଳନାରେ ମଧ୍ୟ ଖରାପ ରେଟିଂ ମିଳିଛି ।

ପ୍ରକଶ ଥାଉକି ଏହି ଫିଲ୍ମକୁ ଆଇଏମଡିବିରେ ‘1.4’ ରେଟିଂ ମିଳିଛି । ଯେଉଁଠାରେ ‘ରେସ 3’କୁ 1.9 ରେଟିଂ ମିଳିଥିଲା । ଲୋକପ୍ରିୟ ନିର୍ମାତା ଡେଭିଡ ଧୱନଙ୍କ ଏହି ଫିଲ୍ମର ନିର୍ଦ୍ଦେଶକନା ଦାୟିତ୍ବ ତୁଲାଇଥିଲେ । ପ୍ରଥମଥର ସେ ପରଦାରେ ନିଜ ଲାଡଲା ବରୁଣଙ୍କୁ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମରେ ସାରା, ବରୁଣଙ୍କ ବ୍ୟତୀତ ପରେଶ ରାୱଲ, ରଜାପାଲ ଯାଦବ, ଜାବେଦ ଜାଫରୀ, ଶିଖା ତଲସାନିୟା, ସାହିଲ ବୈଦ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.