ETV Bharat / sitara

ଫ୍ୟାନ ପାଇଁ ହଟହଟା ହେଲେ ବାଣୀ, ଥାନାରେ ଏତଲା

ଫ୍ୟାନ ପାଇଁ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଅଭିନେତ୍ରୀ ବାଣୀ କପୁର । ବାଣୀଙ୍କ ଗାଡିକୁ ପାଗଳ ଭଳି ଫଲୋ କରିଛନ୍ତି ଫ୍ୟାନ । ଏହି ପାଗଳାମୀ ପାଇଁ ବାଣୀଙ୍କୁ ପୋଲିସର ମଧ୍ୟ ସହାୟତା ନେବାକୁ ପଡିଛି ।

author img

By

Published : May 4, 2019, 10:44 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବଲିଉଡ ଫ୍ୟାନ୍ସ ନିଜ ମନପସନ୍ଦ କଳାକାରଙ୍କ ପାଇଁ କେତେ ଯେ, ପାଗଳ ତା'ର ଉଦାହରଣ ଅତୀତରେ ଅନେକ ଅଛି । ବେଳେବେଳେ ଏପରି ଫ୍ୟାନ୍ସଙ୍କ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବଲିଉଡ ଷ୍ଟାର୍ସ । ତେବେ ଏଥରକ ଶିକାର ହୋଇଛନ୍ତି ବେଫିକରେ ଅଭିନେତ୍ରୀ ବାଣୀ କପୁର । ଏଥିପାଇଁ ତାଙ୍କୁ ପୋଲିସର ମଧ୍ୟ ସହାୟତା ନେବାକୁ ପଡିଛି ।

ତେବେ ରିପୋର୍ଟ ମୁତାବକ, ବାଣୀ ମୁମ୍ବାଇର ଭର୍ସୋବାରୁ ବାନ୍ଦ୍ରା ଯିବା ସମୟରେ ଜଣେ ବାଇକ ସବାର ଫ୍ୟାନ ତାଙ୍କ ଗାଡିର ପିଛା କରିବାକୁ ଲାଗିଲା । ବାଣୀଙ୍କ ଡ୍ରାଇଭର ଗାଡିର ସ୍ପିଡ ବଢାଇଥିଲେ ମାତ୍ର ଫ୍ୟାନ ଜଣକ ଆହୁରି ସ୍ପିଡରେ ବାଇକ ନେଇ ମାଡି ଆସିଲା । କିନ୍ତୁ ମାମଲା ସଙ୍ଗୀନ ସେତେବେଳେ ହେଲା, ଯେତେବେଳେ ବାଣୀ ବାନ୍ଦ୍ରାରୁ ଫେରିଲାବେଳେ ଫ୍ୟାନ ଜଣକ ପୁଣି ତାଙ୍କୁ ପିଛା କଲା ।

ତେବେ ଏଥର ବାଣୀ ଡରିଯାଇଥିଲେ ଓ ପୋଲିସର ସହାୟତା ନେଇଥିଲେ । ଭର୍ସୋବା ପୋଲିସ ଷ୍ଟେସନରେ ଅଭିଯୋଗ ଦେଇଥିଲେ । ପରେ ସେ ବ୍ୟକ୍ତିଙ୍କ ନାମ ସମୀର ଖାନ ବୋଲି ଜଣାପଡିଥିଲା ଓ ସେ ବାଣୀଙ୍କ ଜଣେ ବଡ ଫ୍ୟାନ ବୋଲି ଜାଣିବାକୁ ମିଳିଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.