ETV Bharat / sitara

ବିକିନି ଫଟୋକୁ ନେଇ ଫସିଲେ ବାଣୀ - ବାଣୀ କପୁରଙ୍କ ବିକିନି ଫଟୋ ପ୍ରସଙ୍ଗ

ସୋସିଆଲ ମିଡିଆରେ ସବୁବେଳେ ସେଲିବ୍ରିଟି ଟ୍ରୋଲ ହେବା କଥା ଏକ ସାଧାରଣ କଥା । ପ୍ରାୟତଃ ସେଲିବ୍ରିଟିଙ୍କ ସାମାନ୍ୟ କଥାକୁ ନେଇ ଟ୍ରୋଲର୍ସ ଟ୍ରୋଲ କରନ୍ତି । କିନ୍ତୁ ଏଥର ବାଣୀ କପୁରଙ୍କ ରାମ ନାମରେ ତିଆରି ବିକିନି ଫଟୋକୁ ନେଇ ରାଗିଲେ ୟୁଜର୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାଣୀ କପୁର
author img

By

Published : Nov 21, 2019, 8:28 PM IST

ମୁମ୍ବାଇ: ନିକଟରେ ସୁପରଷ୍ଟାର ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ସୁପରହିଟ୍ ଫିଲ୍ମ ‘ୱାର’ରେ ନଜର ଆସିଥିବା ବାଣୀ କପୁରକୁ ନେଇ ନୂଆ ଚର୍ଚ୍ଚା । ସୋସିଆଲ ମିଡିଆରେ ହେଲେ ହଟହଟା । ବିକିନି ଫଟୋ ପାଇଁ ସହିବାକୁ ପଡିଲା ଟ୍ରୋଲର୍ସଙ୍କ କଟୁ କଥା । ଆଜ୍ଞା ହଁ, ଏମିତି କିଛି ନିକଟରେ ଦେଖିବାକୁ ମିଳିଥିଲା ।

କଥାଟି ହେଲା କି ଗତ 11 ତାରିଖରେ ବାଣୀ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ରାମ ନାମରେ ତିଆରି ହୋଇଥିବା ବିକିନି ଟପ ପିନ୍ଧିଥିବାର ନଜର ଆସିଥିଲେ । ତାଙ୍କ ଟପରେ ଭଗବାନ ରାମଙ୍କ ନାମ ଦେଖି ୟୁଜର୍ସ ଆଉ କ୍ରୋଧ ସମ୍ଭାଳି ପାରିନଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଟ୍ରୋଲ କରାଯିବା ସହ ତାଙ୍କ ନାମରେ ମୁମ୍ବାଇରେ ଏକ ଅଭିଯୋଗ ରୁଜୁ କରାଯାଇଥିଲା । ଏହାସହ ତାଙ୍କୁ ବୟାନ ପାଇଁ ମଧ୍ୟ ଡକାଯାଇଥିଲା ।

ପ୍ରକାଶ ଥାଉକି ମୁମ୍ବାଇର ଏନ ଏନ ଯୋଶୀ ମାର୍ଗ ପୋଲିସ ଷ୍ଟେସନରେ ରମା ସାୱନ୍ତ ନାମର ଜଣେ ମହିଳା ବାଣୀଙ୍କ ନାମରେ ଅଭିଯୋଗ ରୁଜୁ କରିଥିଲେ। ଯେଉଁଥିରେ ଲେଖାଯାଇଥିଲା ଯେ ବାଣୀ ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି । ରମାଙ୍କ ଅନୁଯାୟୀ ପୋଲିସ ତାଙ୍କ ବୟାନ ରେକର୍ଡ କରିବା ପାଇଁ ଡାକିଥିଲା ।

ବାଣୀ ଇନଷ୍ଟାଗ୍ରାମରେ ଟ୍ରୋଲର ହେଲା ପରେ ସେହି ଫଟୋକୁ ହଟାଇ ଦେଇଥିଲେ । ଟ୍ରୋଲ କରି ଜଣେ ୟୁଜର ଲେଖିଥିଲେ, ‘ପ୍ରଶ୍ନ ହେଲା କି ଲୋକ ଏପରି ପୋଷାକ ପିନ୍ଧୁଛନ୍ତି କାହିଁକି । ସେ ସବୁ ଜିନିଷକୁ ଫ୍ୟାଶନ ରୂପେ ବ୍ୟବହାର କରୁଛନ୍ତି । କାରଣ ଆମେମାନେ କୌଣସି ବଡ ଆକ୍ସନ ନେଇ ନାହୁଁ । ଲୋକଙ୍କୁ ବୁଝାଯିବା କଥା ଆଉ ଏପରି ବେକାରୀ କାମ କରିବାକୁମ ଧ୍ୟ ମନା କରାଯିବା କଥା । ଫଟୋକୁ ଶୀଘ୍ର ହଟାଅ ।’

Intro:Body:

LIPINA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.