ETV Bharat / sitara

ଖିଲାଡିଙ୍କ ସହ ରୋମାନ୍ସ କରିବେ ବାଣୀ - ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ବେଲ ବଟମ

କନ୍ନଡ ଫିଲ୍ମ ‘ବେଲ ବଟମ’ର ହିନ୍ଦୀ ରିମେକରେ ନଜର ଆସିବେ ଅକ୍ଷୟ କୁମାର। ତାଙ୍କ ଅପୋଜିଟ୍ ଅଭିନୟ କରିବେ ‘ୱାର’ର ଅଭିନେତ୍ରୀ ବାଣୀ କପୁର।

vaani kapoor
ଡିଜାଇନ ଫଟୋ
author img

By

Published : Mar 19, 2020, 7:44 PM IST

ମୁମ୍ବାଇ: ନିକଟରେ କରୋନା ଭାଇରସ ପାଇଁ ଖିଲାଡି ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ ତାରିଖ ଘୁଞ୍ଚା ଯାଇଥିଲା । ଏହି ଫିଲ୍ମ ବ୍ୟତୀତ ଅକ୍ଷୟଙ୍କ ପାଖରେ ବର୍ତ୍ତମାନ ଅନେକ ଫିଲ୍ମ ଅଛି । ଯାହା ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ରିଲିଜ ହେବାର ଅଛି । ଏହି କ୍ରମରେ ତାଙ୍କ ଅପକମିଂ ଫିଲ୍ମ ‘ବେଲ ବଟମ’ ସାମିଲ ଅଛି । ବର୍ତ୍ତମାନ ଫିଲ୍ମର ଷ୍ଟାରକାଷ୍ଟ ଉପରୁ ପରଦା ଉଠିଛି।

ଏହି ଫିଲ୍ମ ଜରିଆରେ ଅକ୍ଷୟଙ୍କ ସହ ରୋମାନ୍ସ କରିବେ ହ୍ରିତିକ ରୋଶନଙ୍କ ଅଭିନେତ୍ରୀ ବାଣୀ କପୁର। ଫିଲ୍ମରେ ସେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରି। ଫିଲ୍ମ ପାଇଁ ନୂଆ ଚେହେରାର ଆବଶ୍ୟକ ଥିଲା। ଆଉ ସେମିତି ଦେଖିବାକୁ ଗଲେ ବାଣୀ ଦୀର୍ଘ ସମୟରୁ ଅକ୍ଷୟଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିଲେ । ଯାହାକୁ ଆଧାର କରି ମେକର୍ସ ତାଙ୍କ ନାମରେ ମୋହର ଲଗାଇଛନ୍ତି।

‘ବେଲ ବଟମ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ରଞ୍ଜୀତ ତିୱାରୀ । ଫିଲ୍ମର କାହାଣୀ 80 ଦଶକର । ଯାହା ଜଣେ ଭାରତୀୟ ଜାସୁସର କାହାଣୀକୁ ନେଇ ଆଧାରିତ । ପ୍ରକାଶ ଥାଉକି କି ଏହି ଟାଇଟଲରେ ନିର୍ମାଣ ହୋଇସାରିଥିବା କନ୍ନଡ ଫିଲ୍ମର ଏହା ହିନ୍ଦୀ ରମେକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.