ETV Bharat / sitara

ପ୍ରକୃତ ପୁରୁଷର ଅର୍ଥ ବୁଝାଇଲେ ଇରଫାନଙ୍କ ଲାଡଲା

author img

By

Published : Feb 27, 2021, 9:23 AM IST

ବାବିଲଙ୍କ ମେକଅପ୍ ଉପରେ ୟୁଜର୍ସଙ୍କ ପ୍ରଶ୍ନ । ଶାନଦାର ଜବାବରେ ବନ୍ଦ କଲେ ସମସ୍ତଙ୍କ ମୁହଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ଲାଡଲା ବାବିଲ ଖାନ ଏଯାବତ ବଲିଉଡରେ ଡେବ୍ୟୁ କରିନାହାଁନ୍ତି । ହେଲେ ସୋସିଆଲ ମିଡିଆରେ ସେ ଖୁବ୍ ସକ୍ରିୟ । ସେ ପ୍ରାୟତଃ ପିତାଙ୍କ ସହ ସମ୍ପୃକ୍ତ ଅନେକ ଫଟୋ, ଭିଡିଓ ସେୟାର କରି ନିଜ ଭାବବିହ୍ବଳ ହେବା ସହ ଫ୍ୟାନ୍ସଙ୍କୁ ମଧ୍ୟ ଦୁଃଖି କରିଦିଅନ୍ତି । ହେଲେ ଏଥର ସେ ଏକ ମଜାଦାର କଥା କହି ସମସ୍ତଙ୍କୁ ହସାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା କଣ କରିଛନ୍ତି ବାବିଲ...

କଥାଟି ହେଲା ଯେ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି ଏବେ ମଧ୍ୟ ତାଙ୍କୁ କିଛି ଲୋକ ଝିଅ କହୁଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଯେବେ ମୁଁ ବାହାରକୁ ଯିବା ପୂର୍ବରୁ ମାସ୍କ କିମ୍ବା ମେକଅପ୍ କରେ ତେବେ ଲୋକେ ମତେ ପଚାରୁଛନ୍ତି, କଣ ତୁମେ ଝିଅ । ହେଲେ ମତେ ଲାଗୁଛି ପ୍ରତ୍ୟେକ ମଣିଷ ପୁରୁଷ ଏବଂ ମହିଳାଙ୍କୁ ନେଇ ଗଠିତ । ତୁମେ ତୁମ ଭିତରେ ଥିବା ନାରୀକୁ ଚିହ୍ନି ପାରିବ ତେବେ ତୁମେ ପ୍ରକୃତ ପୁରୁଷ ହୋଇପାରିବ । ତୁମେ ତୁମର ନାରୀତ୍ବ ଅନୁଭବ ନକରିବା ପର୍ଯ୍ୟନ୍ତ ତୁମେ ଜଣେ ପୁରୁଷ ନୁହେଁ । କାରଣ ସେହି ଅନୁଭବର ଅଭାବ ହେଉଛି ବିଷାକ୍ତ ପୁରୁଷର କାରଣ । ମୁଁ ମୋର ଚର୍ମର ଯତ୍ନ ନେବାକୁ ପସନ୍ଦ କରେ । ସେକ୍ସି ଦେଖାଯିବାକୁ ଭଲ ପାଆନ୍ତି । ମୁଁ ମହିଳାମାନଙ୍କୁ ଭଲ ପାଏ ଏବଂ ମୁଁ ମୋର ପୁରୁଷ ହେବାକୁ ଭଲ ପାଏ ।’

ବର୍ତ୍ତମାନ ତାଙ୍କ ଏହି ପୋଷ୍ଟର ଖୁବ୍ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ । ପ୍ରକାଶ ଥାଉକି ଭାଲେଣ୍ଟାଇନ ଡେ’ରେ ବାବିଲ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଫେସ୍ ମାସ୍କ ଲଗାଇଥିବାର ନଜର ଆସିଥିଲେ । ଏହାକୁ ଆଧାର କରି ଅନେକ ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ, ‘ତୁମେ କଣ ଝିଅ ମାସ୍କର ଲଗାଉଛ ।’ ଯାହାର ଉତ୍ତର ସେ ଶାନଦାର ଅନ୍ଦାଜରେ ଏବେ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.