ମୁମ୍ବାଇ: ଅଭିନେତ୍ରୀ ଏବଂ ପୂର୍ବତନ ମିସ ଇଣ୍ଡିଆ ଉର୍ବଶୀ ରୌତେଲା ଫିଲ୍ମ ଠାରୁ ଅଧିକା ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ । ଦୀର୍ଘ ସମୟରୁ ଉର୍ବଶୀଙ୍କ ନାମ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ନିଆଯାଇଛି । ଏବେ ପ୍ରଥମଥର ଉର୍ବଶୀ ଏହି ମାମଲାରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।
କଥାଟି ହେଲା କି ଉର୍ବଶୀ ଓ ହାର୍ଦ୍ଦିକଙ୍କ ନାମରେ ଏକ ଫର୍ଜି ଭିଡିଓ ୟୁଟ୍ୟୁବରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କ୍ରୋଧିତ ହୋଇ ଉର୍ବଶୀ ପ୍ରତିକ୍ରିୟା ରଖିଛନ୍ତି ।
ସୋସିଆଲ ମିଡିଆରେ ଉର୍ବଶୀ ଭାଇରାଲ ହୋଇଥିବା ଭିଡିଓର ଏକ ଫଟୋ ସେୟାର କରି ଲେଖିଛନ୍ତି, "ମୁଁ ଅନୁରୋଧ କରୁଛି କି ଏହି ଭିଡିଓ ପାଇଁ ଯେକୌଣସି ମିଡିଆ ଚ୍ୟାନେଲ ଦାୟୀ ଅଛନ୍ତି, ଦୟା କରି ୟୁଟ୍ୟୁବରେ ଏପରି ଭିଡିଓ ଅପଲୋଡ କରିବା ବନ୍ଦ କରନ୍ତୁ । ମୋର ମଧ୍ୟ ଫ୍ୟାମିଲି ଅଛି, ଯେଉଁଠାରେ ମୋତେ ଜବାବ ଦେବାକୁ ପଡୁଛି । ଏପରି ଭିଡିଓ ମୋ କ୍ୟାରିୟର ପାଇଁ ସମସ୍ୟା ସୃଷ୍ଟି କରୁଛି ।"
ପ୍ରକାଶ ଥାଉକି ଭାଇରାଲ ହେଉଥିବା ଉର୍ବଶୀ ଓ ହାର୍ଦ୍ଦିକଙ୍କ ଭିଡିଓରେ ଲେଖା ହୋଇଛି ଉର୍ବଶୀ ଏକ୍ସ ବୟଫ୍ରେଣ୍ଡଙ୍କ ଠାରୁ ମାଗିଲେ ସାହାଯ୍ୟ । ଯେଉଁଥିରେ ତାଙ୍କର ଆଉ ହାର୍ଦ୍ଦିକଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳିଛି । ଏହାପୂର୍ବରୁ ମଧ୍ୟ ଦୁଇଜଣଙ୍କ ଲିଙ୍କଅପର ଖବର ଜୋର ଧରିସାରିଛି । କିନ୍ତୁ ସବୁଥର ଉର୍ବଶୀ ଏହି ଖବରକୁ ଖଣ୍ଡନ କରିଆସୁଛନ୍ତି ।