ETV Bharat / sitara

ଛୋଟ ପରଦାରେ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ'

author img

By

Published : May 3, 2019, 7:00 PM IST

ଆସନ୍ତା ରବିବାର ବିକ୍କୀ କୌଶଲଙ୍କ ହିଟ୍ ଫିଲ୍ମ 'ଉରି'ର ମଜାନେବାକୁ ଯାଉଛନ୍ତି ଦର୍ଶକ । କାରଣ ଏକ ନିର୍ଦ୍ଧିଷ୍ଟ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି 'ଉରି' ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ବିକ୍କୀ କୌଶଲ

ନୂଆଦିଲ୍ଲୀ: ଅଭିନେତା ବିକ୍କୀ କୌଶଲଙ୍କ ଅଭିନୀତ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ' ଶାନଦାର ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମ ପରଠାରୁ ବିକ୍କୀ ବଲିଉଡର ଟପ ଅଭିନେତାଙ୍କ ମଧ୍ୟରେ ସାମିଲ ହୋଇ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିବାରେ ସଫଳ ହୋଇପାରିଛନ୍ତି । ଏବେ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ଆକାଶ ଛୁଆଁ । ଇତିମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଆସନ୍ତା ରବିବାର 'ଉରି' ଫିଲ୍ମଟି ଛୋଟପରଦାରେ ପ୍ରଦର୍ଶନ ହେବାକୁ ଯାଉଛି । ଯାହାକୁ ନେଇ ଉତ୍ସାହିତ ବିକ୍କୀ ।

ପ୍ରକାଶ ଥାଉକି ଫିଲ୍ମଟି ଜାନୁଆରୀରେ ରିଲିଜ ହୋଇଥିଲା । ଫିଲ୍ମର କାହାଣୀ 2016ରେ ଭାରତୀୟ ସେନାଙ୍କ ଦ୍ବାରା ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ । ଏହି ଷ୍ଟ୍ରାଇକଟି ଜାମ୍ମୁ-କଶ୍ମୀରର ଉରିରେ କରାଯାଇଥିଲା ।

ବିକ୍କୀଙ୍କ ବ୍ୟତୀତ ଫିଲ୍ମରେ ମୁଖ୍ୟ ଭୂମିକାରେ ୟାମି ଗୌତମ, ପରେଶ ରାୱଲ, କ୍ରିର୍ତ୍ତି କୁଲହାରି ଓ ମୋହିତ ରାଣା ନଜର ଆସିଛନ୍ତି । ଫିଲ୍ମଟି ରିଲିଜ ହେବାର 4,5 ଦିନ ମଧ୍ୟରେ 100 କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଥିଲା । ଫିଲ୍ମଟି ଆଦିତ୍ୟ ଧରଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ରନୀ ସ୍କ୍ରୁୱାଲାଙ୍କ ଦ୍ବାରା ପ୍ରଯୋଜିତ ହୋଇଛି ।

Intro:Body:

gfdgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.