ମୁମ୍ବାଇ: ଅଭିନେତା ମୋହିତ ଚଡ୍ଡାଙ୍କ ଅପକମିଂ ଫିଲ୍ମ ‘ଫ୍ଲାଇଟ’ର ଟ୍ରେଲର ରିଲିଜ କରିଦେଇଛନ୍ତି ମେକର୍ସ । ଯାହାକୁ ନେଇ ଉତ୍ସାହିତ ମେକର୍ସଙ୍କ ସହ କଳାକାର । କାରଣ ଟ୍ରେଲର ବର୍ତ୍ତମାନ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଏହି ଆକ୍ସନ, ଥ୍ରିଲର କାହାଣୀକୁ ପସନ୍ଦ କରିଛନ୍ତି ସମସ୍ତେ ।
- " class="align-text-top noRightClick twitterSection" data="">
ଟ୍ରେଲର ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଆସନ୍ତା 19 ତାରିଖରେ ପରଦାରେ ଦେଖିବାକୁ ମିଳିବ ଫିଲ୍ମ । ଯାହାର କାହାଣୀ ଫ୍ଲାଇଟ୍ ହାଇ ଜ୍ୟାକ ହେବା ଘଟଣାକୁ ନେଇ ଆଧାରିତ । ଯେଉଁଥିରେ ଫସି ଯାଉଛନ୍ତି ମୋହିତ । ଆଉ ନିଜ ଜୀବନ ବଞ୍ଚାଇବା ପାଇଁ 30 ହଜାର ଫୁଟ ଉଚ୍ଚତାରେ ଏକୁଟିଆ ଫ୍ଲାଇଟରେ ଲଢୁଛନ୍ତି ସେ ।
ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି । ମୋହିତଙ୍କ ବ୍ୟତୀତ ଫିଲ୍ମରେ ପୱନ ମଲହୋତ୍ରା, ଜାକିର ହୁସୈନ, ବିକ୍କୀ ବିଶ୍ବୱାନି, ଶିବାନି ବେଦୀ ଏବଂ ପ୍ରୀତମ ସିଂ ଭଳି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ। ଏବେ ଦେଖନ୍ତୁ ଟ୍ରେଲର...