ମୁମ୍ବାଇ: ହ୍ୟାସଟ୍ୟାଗ ଟ୍ବିଟର ଟ୍ରେଣ୍ଡ କରାଇଥିବା ମାମଲା ଏବେ ମୁମ୍ବାଇ ପୋଲିସ ହାତରେ ଲାଗିଛି। ପୋଲିସକୁ ଅଭିଯୋଗ ମିଳିଛି ଯେ ସେଲିବ୍ରିଟିଙ୍କ ଟ୍ବିଟର ଆକାଉଣ୍ଟରେ ଫଲୋୟର୍ସ ଫର୍ଜି । ଆଉ ଏହା ପାଇଁ ଏକ ରାକେଟ କାମ ମଧ୍ୟ କରୁଛି । ଅଭିଯୋଗରେ ଯେଉଁ ଦୁଇ ଫେମସ ଅଭିନେତ୍ରୀଙ୍କ ନାମ ଉଲ୍ଲେଖ କରାଯାଇଛି। ଯାହାଙ୍କ ନାମ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ନାମ ସାମ୍ନାକୁ ଆସିଛି।
ଏକ ରିପୋର୍ଟ ଅନୁଯାଯୀ ପ୍ରିୟଙ୍କା ଓ ଦୀପିକା ସେହି ଟପ 10 ଫେମସ ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି । ଯାହାଙ୍କ ସୋସିଆଲ ମିଡିଆରେ ଫେକ ଫଲୋୟର୍ସଙ୍କ ସଂଖ୍ୟା ଅଧିକା । ଏହାର ସୂଚନା ସୋସିଆଲ ମିଡିଆରେ ଫଲୋୟର୍ସଙ୍କ ବିଶ୍ଳେଷଣ କରୁଥିବା ଅନେକ ସଂସ୍ଥା ମୁମ୍ବାଇ ପୋଲିସକୁ ଦେଇଛି । ଏହି ମାମଲାରେ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି।
ପ୍ରକାଶ ଥାଉକି ନିକଟରେ ପୋଲିସ ଗିରଫ କରିଥିବା ବ୍ୟକ୍ତି ନିଜକୁ ଫେମସ ଗାୟିକା ଭୂମିକା ତ୍ରିବେଦୀଙ୍କ ସୋସିଆଲ ମିଡିଆ ମ୍ୟାନେଜର କହିଥଲା । ଖାଲି ଏତିକି ନୁହେଁ ସେ ଭୂମିକାଙ୍କ ଏକ ଫେକ ପ୍ରୋଫାଇଲ ମଧ୍ୟ ସୋସିଆଲ ମିଡିଆରେ ତିଆରି କରିଥିଲେ । ଯାହାଦ୍ବାରା ସେ ଅନେକ ସିଲେବ୍ରିଟିଙ୍କୁ ସମ୍ପର୍କ କରିଥିଲା । ଏହି ମାମଲା ବିରୋଧରେ ଭୂମିକା ଅଭିୟୋଗ ଦାଖଲ କରିଥିଲେ। ଏବେ ଏହି ଗ୍ୟାଙ୍ଗର ପର୍ଦା ଫାଶ କରିବାରେ ଲାଗିଛି ପୋଲିସ।