ମୁମ୍ବାଇ: ନିକଟରେ ପିତା ହୋଇଥିଲେ ଲୋକପ୍ରିୟ ଅଭିନେତା କରନବୀର ବୋହରା । ପୁଣିଥରେ ତାଙ୍କ ଘରକୁ କୁନି ଝିଅ ଆସିଛନ୍ତି । ଇତିମଧ୍ୟରେ ଆଉ ଜଣେ ଷ୍ଟାରଙ୍କ ଘରେ କୁନି ଅତିଥି ଆସିବାର ଖବର ଚର୍ଚ୍ଚାରେ । ଆଜ୍ଞା ହଁ,ଟେଲିଭିଜନ ଯୋଡି ମୋହିତ ମଲ୍ଲିକ ଏବଂ ଆଦିତି ପ୍ରଥମ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି । ଯାହାକୁ ନେଇ ସେମାନଙ୍କ ଖୁସି ନକହିଲେ ସରେ । ଆସନ୍ତା ବର୍ଷ ମେ ମାସରେ ଆଦିତ୍ୟ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମଦେବେ । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଜଣାଇଛନ୍ତି । ବିବାହର ପାଖାପାଖି 10 ବର୍ଷ ପରେ ମାତା-ପିତା ହେବେ ମୋହିତ ଓ ଆଦିତି ।
ମଙ୍ଗଳବାର ଇନଷ୍ଟାଗ୍ରାମରେ ମୋହିତ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଆଦିତିଙ୍କ ବେବି ବମ୍ପ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଯେତେବେଳେ ମୁଁ ତୁମ ଉପରେ ହାତ ରଖେ, ଆମକୁ ବାଛିଥିବାରୁ ମୁଁ ତୁମଙ୍କୁ ଧନ୍ୟବାଦ ଦିଏ । ଆମେ ଅନୁଭବ କରୁଥିବା ଏହି ସୁନ୍ଦର ଏବଂ ଖୁସି ପାଇଁ ଭଗବାନଙ୍କୁ ଧନ୍ୟବାଦ । ଏହାକୁ ସମସ୍ତଙ୍କ ସହ ସେୟାର କରି ମୁଁ ବହୁତ ଖୁସି ଅନୁଭବ କରୁଛି । ଯେତେବେଳେ ଆମେ 2 ରୁ 3 ହେବାକୁ ଯାଉଛି ତେବେ ମୁଁ ବିଶ୍ବାସ କରେ ଯେ ଆମେ ଏକ ଏବଂ ସମାନ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ମୋହିତ ଓ ଅଦିତି 2010 ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ବିବାହକୁ 10 ବର୍ଷ ପୂରଣ ହୋଇସାରିଛି ।