ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଦୁଇ ମାସ ହେବାକୁ ବସିଲାଣି । ହେଲେ ଏଯାବତ ତାଙ୍କ ମୃତ୍ୟୁ ସମସ୍ତଙ୍କ ପାଇଁ ରହସ୍ୟମୟ ହୋଇ ରହିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତଙ୍କ ମାମଲାରେ ଯାଞ୍ଚ କରୁଛି । ସେହିପରି ସୋସିଆଲ ମିଡିଆରେ ତାଙ୍କ ଆତ୍ମହତ୍ୟାକୁ ଅନେକ ଲୋକ ଯୋଜନାବଦ୍ଧ ହତ୍ୟା କହି ନ୍ୟାୟ ଦାବି କରିବାରେ ଲାଗିଛନ୍ତି । ଖାଲି ଏତିକି ନୁହେଁ ତାଙ୍କୁ ନେଇ ପ୍ରତି ଦିନ କିଛି ନା କିଛି କାହାଣୀ ଶୁଣିବାକୁ ମିଳୁଛି । ନିକଟରେ ଚର୍ଚ୍ଚା ଜୋର ଧରିଥିଲା ଯେ ସୁଶାନ୍ତଙ୍କ ପିତା କେକେ ସିଂ ଦ୍ବିତୀୟ ବିବାହକୁ ନେଇ ପୁଅ ସହ ଭଲ ସମ୍ପର୍କ ନଥିଲା । ଏବେ ଏହି ଖବର ଉପରେ ଟିଭିର ପପୁଲାର ଅଭିନେତ୍ରୀ କାମ୍ୟା ପଞ୍ଜାବୀ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ।
ସେ ଟ୍ବିଟ କରିଛନ୍ତି, ‘ଆଶ୍ଚର୍ଯ୍ୟକର କଥା କହୁଛନ୍ତି ଲୋକେ । ପିତା ଯଦି ଦ୍ବିତୀୟ ବିବାହ କଲେ ତେବେ କଣ ହେଲା । ଖୁସି ରହିବାର ଅଧିକାର ସମସ୍ତଙ୍କର ଅଛି । କେଉଁ ଯୁଗର ଚିନ୍ତାଧାରା ନେଇ ବୁଲୁଛନ୍ତି ସମସ୍ତେ । ପୁଅ ଅସନ୍ତୋଷ ଥିଲେ । ଏକଥା ଆମେ ମାନୁନାହୁଁ । ଯଦି ମାନି ବି ନେଉଛି, ତାହାଲେ ତୁମେମାନେ କଣ ସାବ୍ୟସ୍ତ କରିବାକୁ ଚାହୁଁଛ। ଜଷ୍ଟିସ ଫର ସୁଶାନ୍ତ।’
-
Kamaal ki baat karte hai log! Pita ne dusri shadi ki..So?Khush rehne ka haq sabko hai (kaunse pichde hue zamane ki soch lekar ghum rahe ho) Beta na khush tha..well hum nahi maante aur chalo maan bhi liya So? So?Again wat are they trying 2 prove? #justiceforsushant #WarriorsForSSR
— Kamya Shalabh Dang (@iamkamyapunjabi) August 11, 2020 " class="align-text-top noRightClick twitterSection" data="
">Kamaal ki baat karte hai log! Pita ne dusri shadi ki..So?Khush rehne ka haq sabko hai (kaunse pichde hue zamane ki soch lekar ghum rahe ho) Beta na khush tha..well hum nahi maante aur chalo maan bhi liya So? So?Again wat are they trying 2 prove? #justiceforsushant #WarriorsForSSR
— Kamya Shalabh Dang (@iamkamyapunjabi) August 11, 2020Kamaal ki baat karte hai log! Pita ne dusri shadi ki..So?Khush rehne ka haq sabko hai (kaunse pichde hue zamane ki soch lekar ghum rahe ho) Beta na khush tha..well hum nahi maante aur chalo maan bhi liya So? So?Again wat are they trying 2 prove? #justiceforsushant #WarriorsForSSR
— Kamya Shalabh Dang (@iamkamyapunjabi) August 11, 2020
କାମ୍ୟାଙ୍କ ଏହି ଟ୍ବିଟକୁ ସୁଶାନ୍ତଙ୍କ ଫ୍ୟାନ୍ସ ଖୁବ୍ ପସନ୍ଦ କରି କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ଶିବସେନା ସାଂସଦ ସଞ୍ଜୟ ରାଉତ କହିଥିଲେ ଯେ ସୁଶାନ୍ତଙ୍କ ପିତା ଦ୍ବିତୀୟ ବିବାହ କରିଥିଲେ । ଏଥିପାଇଁ ସୁଶାନ୍ତ ପିତାଙ୍କ ସହ କେବେ ଭଲରେ କଥାବାର୍ତ୍ତା କରୁନଥିଲେ। ଯାହାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ ସୁଶାନ୍ତ ।