ETV Bharat / sitara

ନିଜ ଜାଗୁଆରରେ ବିହାର ପୋଲିସକୁ ପଠାଇଲେ ଅଙ୍କିତା - ସୁଶାନ୍ତ ସିଂ ରାଜପୁତ ମାମଲା

ମୁମ୍ବାଇରେ ସୁଶାନ୍ତଙ୍କ ମାମଲାର ତଦନ୍ତ କରୁଥିବା ବିହାର ପୋଲିସ ପାଖରେ ନଥିଲା ଗାଡି ସୁବିଧା । ସାହାଯ୍ୟ କଲେ ଅଙ୍କିତା ।

ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
ଫଟୋ ସୌଜନ୍ୟ: ଇନଶ୍ଟାଗ୍ରାମ@ଅଙ୍କିତା ଲୋଖଣ୍ଡେ
author img

By

Published : Aug 1, 2020, 5:28 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭିର ଫେମସ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେକୁ ନେଇ ନୂଆ ଚର୍ଚ୍ଚା । ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ଅଙ୍କିତା କିଛି ନା କିଛି ସେୟାର କରୁଛନ୍ତି । ଇତିମଧ୍ୟରେ ସେ ଅନେକ ନ୍ୟୁଜ ଚ୍ୟାନେଲରେ ମଧ୍ୟ ପ୍ରତିକ୍ରିୟା ଦେଇସାରିଲେଣି । ଆଉ ଏବେ ଶୁଣିବାକୁ ମିଳୁଛି ଯେ ବିହାର ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଇଥିଲା । ହେଲେ ଫେରିବା ସମୟରେ ପୋଲିସ ଟିମଙ୍କୁ ଅଙ୍କିତା ନିଜ ବିଳାସପୂର୍ଣ୍ଣ କାର ଜାଗୁଆରରେ ପଠାଇଥିଲେ। ଯାହାର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଙ୍କିତା ଏମିତି କରିବାର କାରଣ ହେଲା ଯେ ପୋଲିସ ଟିମ ରହୁଥିବା ସ୍ଥାନରୁ ଅଙ୍କିତାଙ୍କ ଘର ପାଖାପାଖି 3 କିଲୋମିଟର ଦୂରରେ । କୋରାନା ମହାମାରୀ ପାଇଁ ରାସ୍ତରେ କ୍ୟାବ ଓ ଅଟୋରିକ୍ସା ଉପଲବ୍ଧ ନଥିଲା । ସେପଟେ ମୁମ୍ବାଇ ପୋଲିସ ପକ୍ଷରୁ ବିହାର ପୋଲିସକୁ ଗାଡି ସୁବିଧା ମିଳିନାହିଁ ।

ଯାହାଦ୍ବାରା ବିହାର ପୋଲିସ ତିନି କିଲୋମିଟର ଚାଲି ଚାଲି ଅଙ୍କିତାଙ୍କ ଘରେ ପହଞ୍ଚିଥିଲା । ବୟାନ ରେକର୍ଡ ପରେ ଅଭିନେତ୍ରୀ ପୋଲିସ ପାଖରେ ଗାଡି ନଥିବା ଦେଖି ନିଜ ଗାଡିରେ ତାଙ୍କୁ ଯିବାକୁ କହିଥିଲେ ।

ପ୍ରକାଶ ଥାଉକି 1 ଘଣ୍ଟା ଧରି ଅଙ୍କିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ସେହିପରି ତାଙ୍କୁ ପାଖାପାଖି 30ଟି ପ୍ରଶ୍ନ ପଚରାଯାଇଛି। ହେଲେ ଏଯାବତ ଖୁଲାସା ହୋଇନାହିଁ ନିଜ ବୟାନରେ ଅଙ୍କିତା କଣ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.