ETV Bharat / sitara

ଆଦିତ୍ୟ ରୟ କପୁର @ 37: ଅଭିନେତା ନୁହେଁ, କ୍ରିକେଟର ହେବାକୁ ଚାହୁଁଥିଲେ

37 ବର୍ଷରେ ପାଦ ଥାପିଲେ ଆଶିକ-2 ଫିଲ୍ମର ଅଭିନେତା ଆଦିତ୍ୟ ରୟ କପୁର । ନଭେମ୍ବର 16, 1985 ରେ ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଆଦିତ୍ୟ ରୟ କପୁରଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ତାଙ୍କ ଜେଜେବାପା ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ । ଅଧିକ ପଢନ୍ତୁ

ଜନ୍ମଦିନର ଶୁଭେଚ୍ଛା ଆଦିତ୍ୟ ରୟ କପୁର: ଅଭିନେତା ନୁହେଁ, କ୍ରିକେଟର ହେବାକୁ ଚାହୁଁଥିଲେ

author img

By

Published : Nov 16, 2021, 11:04 AM IST

ହାଇଦ୍ରାବାଦ: 37 ବର୍ଷରେ ପାଦ ଥାପିଲେ ଆଶିକ-2 ଫିଲ୍ମର ଅଭିନେତା ଆଦିତ୍ୟ ରୟ କପୁର । ନଭେମ୍ବର 16, 1985ରେ ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ଆଦିତ୍ୟ ରୟ କପୁରଙ୍କ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ତାଙ୍କ ଜେଜେବାପା ଜଣେ ଚଳଚ୍ଚିତ୍ର ନିର୍ମାତା ଥିଲେ । ଆଦିତ୍ୟଙ୍କ ମାତା ସାଲୋମ ରୟ କପୁର ମଧ୍ୟ ଏକ ସମୟରେ ଗ୍ଲାମର ଦୁନିଆରେ କାମ କରିଛନ୍ତି । ସେ ଦେବ ବାନାର୍ଜୀଙ୍କ ସହ ଏକ ଚଳଚ୍ଚିତ୍ର 'ତୁ ହି ମେରୀ ଜିନ୍ଦେଗି'ରେ ମଧ୍ୟ କାମ କରିଥିଲେ । ଆଦିତ୍ୟ ରୟ କପୁରଙ୍କ ଜେଜେ ରଘୁପତ ରୟ କପୁର 1940 ଦଶକରେ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ । ଆଦିତ୍ୟଙ୍କର ତିନି ଭାଇ ଅଛନ୍ତି । ତାଙ୍କ ବଡ ଭାଇ ସିଦ୍ଧାର୍ଥ ରୟ କପୁର ହେଉଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସ୍ବାମୀ ତଥା UTV ମୋସନ ପିକ୍ଚରର ସିଇଓ । ତାଙ୍କର ଅନ୍ୟ ଜଣେ ଭାଇ କୁନାଲ ରୟ କପୁର ମଧ୍ୟ ଜଣେ ଅଭିନେତା ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ଆଦିତ୍ୟ ରୟ କପୁର ଏକ ଲୋକପ୍ରିୟ ଭିଜେ ଥିଲେ । ପାଠପଢାରେ ତାଙ୍କର କୌଣସି ବିଶେଷ ଆଗ୍ରହ ନଥିଲା କିମ୍ବା ସେ ଜଣେ ଅଭିନେତା ହେବାକୁ ଚାହୁଁନଥିଲେ । ତାଙ୍କର ସ୍ବପ୍ନ ଥିଲା, ସେ ଜଣେ ପ୍ରସିଦ୍ଧ କ୍ରିକେଟର ହେବେ, କିନ୍ତୁ ଏହା ସମ୍ଭବ ହୋଇନଥିଲା । 2013 ର ଚଳଚ୍ଚିତ୍ର ଆଶିକ-2 ରୁ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧା କପୁରଙ୍କ ସହ ତାଙ୍କର କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିସା ଏବଂ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ଆଦିତ୍ୟ ରୟ କପୁର ଏବଂ ଶ୍ରଦ୍ଧା କପୁରଙ୍କ ସମ୍ପର୍କ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।

ସୂଚନା ଅନୁଯାୟୀ, ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ଉଭୟେ ଅନେକ ବର୍ଷ ଧରି ପରସ୍ପରକୁ ଡେଟ ବି କରିଥିଲେ । ଏହାପରେ ‘ଓକେ ଜାନୁ’ ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​। କିନ୍ତୁ ଶ୍ରଦ୍ଧା କପୁରଙ୍କ ପରିବାର ଏହି ସମ୍ପର୍କକୁ କେବେ ପସନ୍ଦ କରୁନଥିଲେ । ତାଙ୍କ ମା’ଙ୍କୁ ଲାଗୁଥିଲା ଯେ, ଏହି ସମ୍ପର୍କ ତାଙ୍କ ଝିଅର କ୍ୟାରିୟର ଆଗକୁ ବଢିବାରେ ସମସ୍ୟା ସୃଷ୍ଟି କରିପାରେ । ଯାହା ପରେ 2016 ରେ ଦୁହିଁଙ୍କର ବ୍ରେକଅପ୍ ହୋଇଗଲା ।

ଶ୍ରଦ୍ଧା କପୁରଙ୍କ ପରେ ଆଦିତ୍ୟ ଦିବା ଧାବନଙ୍କୁ ଡେଟ କରିଥିଲେ। ଯଦିଓ ଉଭୟ ଏହାକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିନାହାଁନ୍ତି । କିନ୍ତୁ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଯାହା ପରେ ଆଦିତ୍ୟ ତାଙ୍କର ଏବଂ ଦିବାଙ୍କ ସମ୍ପର୍କକୁ ବନ୍ଧୁତ୍ବର ନାମ ଦେଇଥିଲେ ।

ଆଦିତ୍ୟ କପୁର 'ଦାବତ-ଏ-ଇସ୍କ', 'ଫିତୁର', 'ଡିଅର ଜିନ୍ଦେଗୀ', 'ଓକ ଜାନୁ', 'ୱେଲକମ ଟୁ ନ୍ୟୁୟର୍କ', 'କଲଙ୍କ୍', 'ମଲଙ୍ଗ', 'ସଡକ-୨' ଏବଂ ‘ଲୁଡୋ' ଆଦି ଫିଲ୍ମରେ କାମ କରିଛନ୍ତି। ଯେହେତୁ Aashiqui 2. 'Ludo' ପରି ଚଳଚ୍ଚିତ୍ରରେ କାମ କରିଥିଲେ । ଏହା ବ୍ୟତୀତ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ସହ ଫିଲ୍ମ 'ୟେ ଜୱାନୀ ହେ ଦିୱାନୀ' ଫିଲ୍ମରେ ଅଭିନୟ କରି ସେ ସମସ୍ତଙ୍କୁ ଚକିତ କରିଥିଲେ। ସେହି ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ତେବେ ଖୁବ ଶୀଘ୍ର ଆଦିତ୍ୟଙ୍କୁ 'ଓମ୍ -ଦି ବେଟଲ ୱି ଦଇନ' ରେ ଦେଖିବାକୁ ମିଳିବ । ୱାନୀ' ଫିଲ୍ମରେ ଅଭିନୟ କରି ସେ ସମସ୍ତଙ୍କୁ ଚକିତ କରିଥିଲେ। ସେହି ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ | ତେବେ ଖୁବ ଶୀଘ୍ର ଆଦିତ୍ୟଙ୍କୁ 'ଓମ୍ -ଦି ବେଟଲ ୱିଦଇନ' ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.