ଜୟପୁର : 1997 ମସିହାରେ ବଜରଙ୍ଗ ଚଳଚ୍ଚିତ୍ରର ସୁଟିଂ ସମୟରେ ବିନା ଅନୁମତିରେ ଟ୍ରେନ୍ ଅଟକାଇବା ମାମଲାରେ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ରେଳଓ୍ବେ ମାଜିଷ୍ଟ୍ରେଟ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ଟିନୁ ବର୍ମା ଏବଂ ସତୀଶ ଶାହାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।
ଏହି ଘଟଣାରେ ପୂର୍ବରୁ ସନ୍ନି ଦେଓଲ ଏବଂ କରିସ୍ମା କପୁର ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । କୋର୍ଟ କହିଛନ୍ତି ଯେ, ଘଟଣା ଦିନ ନରେନା ରେଳ ଷ୍ଟେସନରେ ଫିଲ୍ମର ସୁଟିଂ ସମୟରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ ଏବଂ ଟ୍ରେନକୁ ଅଟକାଇ ଥିଲେ । କିନ୍ତୁ ଅଭିଯୁକ୍ତଙ୍କ ଦ୍ବାରା ଏହି କାର୍ଯ୍ୟ କରାଯାଇଥିବାର କୌଣସି ପ୍ରମାଣ ନାହିଁ । ମାମଲା ଅନୁଯାୟୀ, 11 ମାର୍ଚ୍ଚ 1997 ରେ ନରେନା ରେଳ ଷ୍ଟେସନ ନିକଟରେ ବଜରଙ୍ଗ ଫିଲ୍ମର ସୁଟିଂ ସମୟରେ ବିନା ଅନୁମତିରେ ଟ୍ରେନକୁ ଅଟକ ରଖାଯାଇଥିଲା।
ଏହି ମାମଲାରେ, 17 ସେପ୍ଟେମ୍ବର 2019 ରେ ଏହି ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏଥିସହିତ ପୂର୍ବରୁ ଏଡିଜେ ରିଭିଜନ କୋର୍ଟ ଏହି ଅଭିଯୋଗରୁ ସନ୍ନି ଦେଓଲ ଏବଂ କରିସ୍ମା କପୁରଙ୍କୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।