ETV Bharat / sitara

ଗରିବ ପରିବାରକୁ 1 କେଜି ଅଟା ସହ 15 ହଜାର ଟଙ୍କା ଦେଲେ ଆମୀର

author img

By

Published : Apr 28, 2020, 7:12 PM IST

ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଆମୀରଙ୍କ ଏକ ଭିଡିଓ। ଯେଉଁଥିରେ ସେ ଗରିବ ଲୋକଙ୍କୁ ଦାନ କରୁଥିବାର ଆସୁଛନ୍ତି ନଜର।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ବି-ଟାଉନର ମିଷ୍ଟର ପରଫେକ୍ସେନିଷ୍ଟ ଆମୀର ଖାନଙ୍କୁ ନେଇ ଟିକଟକରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମାଧ୍ୟମରେ ଦାବି କରାଯାଉଛି ଯେ ଆମୀର କୋରୋନା ଭାଇରଲ ବିରୋଧରେ ଲଢେଇ ପାଇଁ ସେ ଗରିବଙ୍କୁ ସହାୟତା କରିଛନ୍ତି । ଆଉ 1 କିଲୋ ଅଟା ପ୍ୟାକେଟ ସହ 15 ହଜାର ଟଙ୍କା ବାଣ୍ଟିଛନ୍ତି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାରେ। ହେଲେ ଏଯାବତ ଆମୀର ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଟିକଟକର ଏହି ଭିଡିଓଟିକୁ ଜଣେ ଆଙ୍କର ତିଆରି କରିଛନ୍ତି। ଆଉ ଜଣାଇଛନ୍ତି ଯେ ଆମୀର ଆବଶ୍ୟକ ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇ ଅଟା ପ୍ୟାକେଟ ବୋଝେଇ ଏକ ଟ୍ରକ ପଠାଇଛନ୍ତି । ଖାଲି ଏତିକି ନୁହେଁ ଏହା ଶୁଣିବାକୁ ମିଳୁଛି ଯେ ଦିଲ୍ଲୀର ଏକ ପଛୁଆ ଅଞ୍ଚଳରେ ସେ ଦାନ କରିଛନ୍ତି। ହେଲେ ଏକଥା କେତେ ଦୂର ସତ ତାହା କେବଳ ଆମୀର କହିଲେ ଜଣାପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.