ମୁମ୍ବାଇ: ବଲିଉଡ ଫିଲ୍ମର ଆକ୍ସନ ଷ୍ଟାର ଟାଇଗର ଶ୍ରଫ ନିକଟରେ ଚର୍ଚ୍ଚିତ ଫିଲ୍ମ ‘ବାଗି 3’ ରିଲିଜ ହୋଇଥିଲା । ଦର୍ଶକ ଓ କ୍ରିଟିକ୍ସଙ୍କ ତରଫରୁ ଫିଲ୍ମର ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ଇତିମଧ୍ୟରେ ଟାଇଗରଙ୍କ ପାଇଁ ସାମ୍ନାକୁ ଆସିଥିଲା ଏକ ଦୁଃଖଭରା ଖବର। ଏହି କଥାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଯେଉଁ ନୋଟ ଲେଖିଛନ୍ତି ତାହା ପଢି ଆପଣ ଅନ୍ଦାଜ ଲଗାଇପାରିବେ ଯେ ସେ କେତେ ଦୁଃଖି ଅଛନ୍ତି।
ଟାଇଗର ଶନିବାର ଇନଷ୍ଟାଗ୍ରାମରେ ପୋଷା ବିଲେଇ ଡେଜିର ମୃ୍ତ୍ୟୁରେ ଏକ ଦୁଃଖଭରା ପୋଷ୍ଟ କରିଛନ୍ତି । ବିଲେଇ ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଈଶ୍ବର ତୁମର ରକ୍ଷା କରନ୍ତୁ । 17 ବର୍ଷ ପର୍ଯ୍ୟନ୍ତ ପ୍ରେମ ଓ ସ୍ନେହ ଦେବା ପାଇଁ ଧନ୍ୟବାଦ । ଆଶା କରୁଛି ତୁମେ ମୋ ସୁବ ଜୀବନରେ ମୋ ପାଖରେ ଥିବ । ମୋ ପାଖକୁ ନଆସିବା ପର୍ଯ୍ୟନ୍ତ ତୁମେ ଯେଉଁଠାରେ ଅଛ ଖୁସିରେ ରୁହ । ମୁଁ ତୁମକୁ ବହୁତ ପ୍ରେମ କରୁଛି ।’