ETV Bharat / sitara

ଫିରଙ୍ଗି ପାଇଁ ଫଶିଲେ ଆମୀର, 8ରେ ଆସିବ ନିଷ୍ପତ୍ତି

‘ଠଗ୍ଜ ଅଫ ହିନ୍ଦୁସ୍ତାନ’ର ଫିରଙ୍ଗି ମାମଲାକୁ ନେଇ ଚର୍ଚ୍ଚାରେ ଆମୀର ଖାନ । ଏହି ମାମଲାର ନିଷ୍ପତ୍ତି ଆସନ୍ତା ନଭେମ୍ବର 8ରେ ସାମ୍ନାକୁ ଆସିବ । ଗତ ଶନିବାର ହୋଇସାରିଛି ଆଲୋଚନା ।

author img

By

Published : Oct 28, 2019, 1:15 PM IST

Updated : Oct 28, 2019, 1:31 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମିଷ୍ଟର ପରଫକ୍ସେନିଷ୍ଟ ଆମୀର ଖାନଙ୍କ ଗତ ବର୍ଷ ରିଲିଜ ହୋଇଥିବା ମଲ୍ଟି ଷ୍ଟାରର ଫିଲ୍ମ ‘ଠଗ୍ଜ ଅଫ ହିନ୍ଦୁସ୍ତାନ’ ବକ୍ସ ଅଫିସରେ ଫ୍ଲପ ସାବ୍ୟସ୍ତ ହୋଇଥିଲା । ଏହାସହ ଆମୀରଙ୍କୁ ବଡ ଝଟକା ମଧ୍ୟ ମିଳିଥିଲା । ଫିଲ୍ମର ଷ୍ଟାରକାଷ୍ଟ ସମେତ ନିର୍ମାତା, ନିର୍ଦ୍ଦେଶକଙ୍କ ଉପରେ ଅଭିଯୋଗ ଆଣି ହଂସରାଜ ଚୌଧରୀ ଗତ ବର୍ଷ ଏକ ଯାଚିକା ଦାୟର କରିଥିଲେ । ଯେଉଁଥିରେ କୁହାଯାଇଥିଲା ଯେ ଫିଲ୍ମରେ ମଲ୍ଲାହ ଜାତି ପୂର୍ବରୁ ଫିରଙ୍ଗି ଶବ୍ଦର ବ୍ୟବହାର କରି ସ୍ବାଧୀନତାରେ ନିଜ ପ୍ରାଣ ହରାଇଥିବା ବୀରଙ୍କ ଅପମାନ କରାଯାଇଥିଲା ।

ଏହି ମାମଲାରେ ନିଷ୍ପତ୍ତି ଆସନ୍ତା ନଭେମ୍ବର 8ରେ ହେବାକୁ ଯାଉଛି । ଗତ ଶନିବାର ଏହି ମାମଲାରେ ଓକିଲ ହିମାଂଶୁ ଶ୍ରୀବାସ୍ତ ଓ ବୃଜେଶ ସିଂ ନ୍ୟାୟିକ ମାଜିଷ୍ଟ୍ରେଟ ଦ୍ବିତୀୟଙ୍କ ସହ କୋର୍ଟରେ ଆଲୋଚନା କରିଥିଲେ ।

ପ୍ରକାଶ ଥାଉକି ଫିଲ୍ମର ଟାଇଟଲ ପରିବର୍ତ୍ତନ ଏବଂ ମଲ୍ଲାହ ଫିରଙ୍ଗି ଶବ୍ଦ ହଟାଇବା ପାଇଁ ରାଷ୍ଟ୍ରପତି ସମ୍ବୋଧିତ ଜିଲ୍ଲାଧିକାରୀଙ୍କୁ ନିଷାଦ ସମାଜ ଲୋକ ଦାୟିତ୍ବ ଦେଇଥିଲେ । ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ବିଜୟ କୃଷ୍ଣା, ଅଭିନେତା ଆମୀର ଖାନଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିଲେ ।

ଯେଉଁଥିରେ କୁହାଯାଇଥିଲା ଇଂରାଜୀ ଉପନ୍ୟାସକୁ ନେଇ ଆଧାରିତ ଏହି ଫିଲ୍ମ । ସ୍ବାଧୀନତା ପୂର୍ବରୁ ସ୍ବାଧୀତନା ସଂଗ୍ରାମୀଙ୍କୁ ଆତଙ୍କବାଦୀ ଠଗ୍ଜ ଆଦି ଶବ୍ଦ କୁହାଯାଇଛି ଏହି ଉପନ୍ୟାସରେ । ଓକିଲ ସୋସିଆଲ ମିଡିଆରେ ଫିଲ୍ମରେ ଟ୍ରେଲର ଦେଖାଇଥିଲେ । ଯାହାଦ୍ବାରା ଅନେକ ଭାବନାକୁ ଆଘାତ ପହଞ୍ଚିଥିଲା ।

Intro:Body:

tinkutest

Conclusion:
Last Updated : Oct 28, 2019, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.