ନୂଆଦିଲ୍ଲୀ: ଆଜିକାଲି ବଲିଉଡର ଫ୍ୟାସନିଷ୍ଟ ତଥା ଅଭିନେତ୍ରୀ ସୋନମ କପୁର ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସୋନମ ତାଙ୍କ ପ୍ରଶଂସକମାନଙ୍କ ମନୋରଞ୍ଜନ କରିବା ପାଇଁ କିଛି ନୂଆ ଫଟୋ ଏବଂ ଭିଡିଓ ସବୁବେଳେ ସେୟାର କରିଥାନ୍ତି ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ସୋନମ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ଦିଲ୍ଲୀରେ ରହୁଛନ୍ତି । ଆଜି ସୋନମ ତାଙ୍କର ଏକ ଥ୍ରୋବ୍ୟାକ ଫଟୋ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସୋନମ ଏକ ନୀଲ ରଙ୍ଗର କୁର୍ତ୍ତୀ ପିନ୍ଧି ବର୍ଷାରେ ନାଚୁଥିବାର ଦେଖିବାକୁ ମିଲିଛି । ସୋନମ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ସୋନମ ଏହି ଫଟୋର କ୍ୟାପସନରେ ଲେଖିଛନ୍ତି, ନେନା ବରସେ, ରିମଝିମ୍, ରିମଝିମ୍ । ସୋନମଙ୍କ ଏହି ଫଟୋରେ ତାଙ୍କ ସ୍ବାମୀ ଆନନ୍ଦ 'ମ୍ୟାଜିକାଲ' ବୋଲି କମେଣ୍ଟ ଦେଇଛନ୍ତି ।
ସୋନମ ଥ୍ରୋବ୍ୟାକ ଫଟୋରେ ଲେଖିଥିବା କ୍ୟାପସନ ହେଉଛି ଫିଲ୍ମ 'ୱୋ କନ ଥି'ର ଲତା ମଙ୍ଗେଶକରଙ୍କ ଗୀତ ନେନା ବରସେ,ରିମଝିମ୍, ରିମଝିମ୍ ।
ନିକଟରେ, ସୋନମଙ୍କୁ ଜୋୟା ଫ୍ୟାକ୍ଟରରେ ଦୁଲକର ସଲମାନଙ୍କ ସହ ଶେଷଥର ଦେଖିବାକୁ ମିଳିଥିଲା । ତାଙ୍କୁ ଖୁବ୍ ଶୀଘ୍ର ଫିଲ୍ମ 'ବ୍ଲାଇଣ୍ତ' ର ହିନ୍ଦୀ ରିମେକ ଦେଖିବାକୁ ମିଳିବ ।