ETV Bharat / sitara

‘ରାଧେ’ର ବେଆଇନ ପ୍ରସାରଣ ଉପରେ ଦିଲ୍ଲୀ ହାଇକୋର୍ଟର ରୋକ

author img

By

Published : May 25, 2021, 10:02 AM IST

ସଲମାନଙ୍କୁ ମିଳିଲା ଆଶ୍ବସ୍ତି । କାରଣ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ’ର ବେଆଇନ ପ୍ରସାରଣ ଉପରେ ଲାଗିଲା ରୋକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ଦ୍ବାରା ଦାଖଲ ହୋଇଥିବା ଏକ ମକଦ୍ଦମାକୁ ଭିତ୍ତି କରି ଦିଲ୍ଲୀ ହାଇକୋର୍ଟ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’କୁ ସୋସିଆଲ ମିଡିଆ ମାଧ୍ୟମରେ ବେଆଇନ ଭାବେ ପ୍ରସାରଣ କରିବାକୁ ବାରଣ କରିଛନ୍ତି।

କଥାଟି ହେଲା ଯେ ଏହି ଫିଲ୍ମର ବୋର୍ଡକାଷ୍ଟର ଜି ଦ୍ବାରା ହାଇକୋର୍ଟଙ୍କରେ ଏକ ମାମଲା ଦାଖଲ କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା ବେଆଇନ ଭାବେ ଚୋରି ବିଷୟବସ୍ତୁ, କପି ଏବଂ ବିଭିନ୍ନ ଭିଡିଓ କ୍ଲିପ୍ ଅନଧିକୃତ ଦର୍ଶନ, ଡାଉନଲୋଡ୍ ଏବଂ ଷ୍ଟୋରେଜ ପାଇଁ ଲୋକଙ୍କ ମଧ୍ୟରେ ପ୍ରଚାର କରାଯାଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ହ୍ବାଟ୍ସଅପ୍ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଆଇନ ଭାବେ ଫିଲ୍ମ ପ୍ରଦର୍ଶନ ଉପରେ ରୋକ ଲଗାଇଛନ୍ତି ।

ସେହିପରି ଫିଲ୍ମର ଡକାୟତି କପି ବିକ୍ରୟ ପାଇଁ ବ୍ୟବହୃତ ହେଉଥିବା ହ୍ବାଟ୍ସଅପ୍ ନମ୍ବରର ସେବାକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଦେଶର ପ୍ରମୁଖ ଟେଲିକମ୍ ଅପରେଟର - ଏୟାରଟେଲ, ଜିଓ ଏବଂ ଭୋଡାଫୋନ କମ୍ପାନୀକୁ ମଧ୍ୟ ଅପରାଧୀ ଗ୍ରାହକଙ୍କ ବିବରଣୀ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ବାରା ସେମାନଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।

ପ୍ରକାଶ ଥାଉକି ଇଦ ଅବସରରେ ଫିଲ୍ମ ‘ରାଧେ’କୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିଲା । ହେଲେ ରିଲିଜର କିଛି ଘଣ୍ଟା ମଧ୍ୟରେ କୁଖ୍ୟାତ ୱେବସାଇଟ୍ ତାମିଲରକର୍ସରେ ଏହି ଫିଲ୍ମର ଏଚଡି ପ୍ରିଣ୍ଟ ଅପଲୋଡ କରାଯାଇଥିଲା । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମେକର୍ସ । ସେପଟେ ମେକର୍ସଙ୍କ କହିବା ଦ୍ବାରା ଜି ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.