ETV Bharat / sitara

ଇଟିଭି ଭାରତ ସହ ଟିମ ‘83’

ରଣଭୀର ସିଂହ ଫିଲ୍ମ '83' ଟିମ ସହ ମିଶି ଇଂଲଣ୍ଡ ଯାତ୍ରା କରିସାରିଛନ୍ତି । ଫିଲ୍ମଟି କ୍ରିକେଟର କିମ୍ବଦନ୍ତୀ କପିଲ ଦେବଙ୍କ ଉପରେ ଆଧାରିତ ।

author img

By

Published : May 28, 2019, 8:53 PM IST

Updated : May 29, 2019, 8:35 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଷ୍ଟାର ରଣଭୀର ସିଂହ ଏହି ସମୟରେ ନିଜର ଅପକମିଂ ଫିଲ୍ମ '83'କୁ ନେଇ ଖୁବ୍ ଚର୍ଚ୍ଚାରେ । ସୋମବାର ରାତିରେ ପୁରା ଟିମ ସୁଟିଂ ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ । ରଣଭୀର, ସାକିବ ସଲୀମ, ତାହିର ରାଜ ଭସୀନ ଓ ସାହିଲ ଖଟ୍ଟର ସହିତ ଫିଲ୍ମ '83'ର ପୁରା ଟିମ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ ।

ଫିଲ୍ମ '83'ର ପୁର ଟିମ ଫାଷ୍ଟ ସିଡ୍ୟୁଲର ସୁଟିଂ ପାଇଁ ଇଂଲଣ୍ଡ ଯାତ୍ରା କରିସାରିଛନ୍ତି । ଏହି ଯାତ୍ରା ସମୟରେ ମୁଖ୍ୟ କଥା ଏହା ଥିଲା କି ପୁରା ଟିମ ବ୍ଲାକ ଲୁକରେ ନଜର ଆସିଥିଲେ । ସମସ୍ତେ ବ୍ଲାକ କୋଟ ଓ ପ୍ୟାଣ୍ଟ ପିନ୍ଧି ଇଂଲଣ୍ଡର ଯାତ୍ରା କରିଥିଲେ । ରଣଭୀର ସବୁଥର ପରି ଯାତ୍ରା ସମୟରେ ମଧ୍ୟ ମସ୍ତି ମୁଡରେ ଦେଖାଯାଇଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଫିଲ୍ମରେ ରଣଭୀରଙ୍କ ବ୍ୟତୀତ ହାର୍ଡୀ ସନ୍ଧୁ, ସାକିବ, ପଙ୍କଜ ତ୍ରିପାଠୀ, ଚିରାଗ ପାଟିଲ, ତାହିର, ଏମୀ ୱିର୍ସ ଓ ସାହିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ପ୍ରକାଶ ଥାଉକି '83' ଫିଲ୍ମଟି ବିଶିଷ୍ଟ କ୍ରିକେଟର କପିଲ ଦେବଙ୍କ ଜୀବନ ଉପରେ ଆଧାରିତ । ଯିଏ 1983ରେ ଭାରତକୁ ବିଶ୍ବକପ ଜିତାଇଥିଲେ । ଫିଲ୍ମରେ ରଣଭୀର, କପିଲଙ୍କ ଚରିତ୍ରରେ ଅଭିନୟ କରିବେ । ଯାହା ପାଇଁ ସେ ନେଇଛନ୍ତି କଡା ପ୍ରଶିକ୍ଷଣ ।

ଇଂଲଣ୍ଡ ଯାତ୍ରା ଅବସରରେ ରଣଭୀର ଏକ ସ୍ବତନ୍ତ୍ର ସାକ୍ଷାତକାର ଇଟିଭି ଭାରତକୁ ଦେଇଥିଲେ । ଏହି ସାକ୍ଷାତକାରରେ ସେ ଫିଲ୍ମକୁ ନେଇ ଅନେକ କଥା ସେୟାର କରିଥିଲେ । ତାଙ୍କ ପାଇଁ କ୍ରିକେଟର କିମ୍ବଦନ୍ତୀ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରିବା ସହଜ କଥା ନଥିଲା । ତେଣୁ ସେ କପିଲଙ୍କ ଠାରୁ କ୍ରିକେଟର କିଛି ଟ୍ରେନିଂ ନେଇଥିଲେ । ଯାହା ପରେ ସେ ଫିଲ୍ମ ସୁଟିଂ ପ୍ରସ୍ତୁତ ହୋଇଛନ୍ତି । ଏହିପରି ସେ ଅନେକ ମଜାଦାର କଥା କହିଥିଲେ । ଆପଣ ମଧ୍ୟ ଦେଖନ୍ତୁ ରଣଭୀରଙ୍କ ଏହି ମଜାଦାର ଭିଡିଓ...

Intro:Body:Conclusion:
Last Updated : May 29, 2019, 8:35 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.