ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଏହି ଦେଶରେ ହୋଇଥିବା ସେହି ଯନ୍ତ୍ରଣାଦାୟକ ଘଟଣାର କାହାଣୀ ବର୍ଣ୍ଣନା କରୁଛି, ଯାହାର ଯନ୍ତ୍ରଣା କାଶ୍ମୀର ପଣ୍ଡିତମାନଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହି ଆସିଛି। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଧୀରେ ଧୀରେ ବଢିବାରେ ଲାଗିଛି। ବର୍ତ୍ତମାନ ଏହା ରାଜନୀତିରେ ପହଞ୍ଚିସାରିଲାଣି ଏବଂ ଲଢେଇ ଶାସକ ଦଳ-ବିରୋଧୀ ଦଳ ମଧ୍ୟରେ ଆରମ୍ବ ହୋଇଗଲାଣି। ଏହି ସମୟରେ ବିବେକ ଅଗ୍ନିହୋତ୍ରୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମସଜିଦ ନିକଟରେ ନମାଜ ପଢୁଥିବା ଦେଖିବାକୁ ମିଳିଛି ।
-
At Jama masjid. #Freedom pic.twitter.com/OQA4ysP6
— Vivek Ranjan Agnihotri (@vivekagnihotri) November 25, 2012 " class="align-text-top noRightClick twitterSection" data="
">At Jama masjid. #Freedom pic.twitter.com/OQA4ysP6
— Vivek Ranjan Agnihotri (@vivekagnihotri) November 25, 2012At Jama masjid. #Freedom pic.twitter.com/OQA4ysP6
— Vivek Ranjan Agnihotri (@vivekagnihotri) November 25, 2012
ପୁରୁଣା ଫଟୋ ନୂଆ ବିବାଦ
ସୂଚନାଯୋଗ୍ୟ ଯେ ବିବେକଙ୍କ ଏହି ଫଟୋ 2012 ମସିହାର, ଯାହାକୁ ନିର୍ଦ୍ଦେଶକ ନିଜେ ଟ୍ୱିଟ୍ କରିଥିଲେ। ଚଳଚ୍ଚିତ୍ର ସହିତ ବର୍ତ୍ତମାନ ବିବେକ ମଧ୍ୟ ଏହି ଫଟୋ ମାଧ୍ୟମରେ କିଛି ଲୋକଙ୍କ ଟାର୍ଗେଟରେ ଆସିଯାଇଛନ୍ତି ।
ବର୍ତ୍ତମାନ ଗୋଟିଏ ପକ୍ଷରେ ସୋସିଆଲ ମିଡିଆରେ କହୁଛି ଯେ, କାହିଁକି ଏ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ସତ୍ୟକୁ ଲୁଚାଇ ରଖାଯାଇଥିଲା? ଏଥିସହିତ ଆଉ ଗୋଟିଏ ପକ୍ଷ କହୁଛି ଯେ ଏହି ଚଳଚ୍ଚିତ୍ର ମାଧ୍ୟମରେ ମୁସଲମାନମାନଙ୍କ ପ୍ରତି ଘୃଣା ଜାଗ୍ରତ କରାଯାଉଛି ।
ଜନସାଧାରଣ କ’ଣ କହୁଛନ୍ତି ?
ସୋସିଆଲ ମିଡିଆରେ ବିବେକଙ୍କ ଏହି ଫଟୋ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର ଲେଖିଛନ୍ତି, 'ଏହାକୁ ଡିଲିଟ୍ କର ଭାଇ' । କିଛି ୟୁଜରଙ୍କର ମନ୍ତବ୍ୟ କହୁଛି ଯେ ବିବେକ କେବଳ ଟଙ୍କା ରୋଜଗାର କରିବା ପାଇଁ ନିଜ କାମ କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ